ଫୁଲବାଣୀ,୨୮/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ସୋମବାର କ.ନୂଆଗାଁ ବ୍ଲକ୍ ଗସ୍ତ କରି ସେଠାରେ ଜନ ଶୁଣାଣୀ କରିବା ସହ ବ୍ଲକ୍ ଅନ୍ତର୍ଗତ ହାତକୁ ନିଆ ଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ l ଜିଲାପାଳ ବେଦ ଭୂଷଣ ମହlସିଂ ପଂଚାୟତ ରେ ନିର୍ମାଣ ଧିନ ଅଫିସ ଗୃହ କାର୍ଯ୍ୟ, ନିର୍ମାଣ ଧୀନ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରଧାନ ମନ୍ତ୍ରୀ ଆବାସ ଗୃହ, ଗେଗୁରି ପଦର ଠାରେ ଅମୃତ ସରବୋର, ଗ୍ରାମ ମଙ୍ଗଳ ବିଭାଗ ଅଧୀନ ରେ ଥିବା ସ୍କୁଲ, ଆଇଟିଡିଏ ବାଲିଗୁଡ଼ାଓ ଉଦ୍ୟାନ ବିଭାଗ ପକ୍ଷରୁ ଲିମାର ପଦର ଠାରେ ହାତକୁ ନିଆଯାଇଥିବା କଦଳୀ ଓ ମକା ପ୍ଲାଣ୍ଟେ ସନ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀ ଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ l ବିଡ଼ିଓ ସୁଭ୍ରଂlଜଳି ପ୍ରଧାନ ଓ ଏ ଇ ଈ ଙ୍କ ବ୍ୟକ୍ତି ଗତ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ ଦକ୍ଷତା ଯୋଗୁଁ ବ୍ଲକ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ପାଇପାରିଛନ୍ତି ଅଞ୍ଚଳ ବାସୀ l ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ଓ ନିର୍ଦ୍ଧାରିତ ସମୟ ସୀମା ପୁର୍ବରୁ ସରିବ ସେଥି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ବିଡ଼ିଓ ସୁଭ୍ରା ଞ୍ଜଳି ପ୍ରଧାନ l ଜିଲାପାଳ ଙ୍କ ସହ ଜିଲ୍ଲା ଉନ୍ନୟନ ଅଧିକାରୀ ଓ ମୁଖ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ,ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ପି ଏ ଆଇ ଟି ଡି ଏ କୃପାସିନ୍ଧୁ ବେହେରା ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

