ଖଜୁରୀପଡ଼ା,୯।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ଅଞ୍ଚଳରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ଅଞ୍ଚଳରେ ଦୋକାନ ବଜାର ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ଦେଖାଯାଇଛି।ବନ୍ଦକୁ ସମର୍ଥନ କରି କଂଗ୍ରେସ କର୍ମୀ ଓ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିବା ବେଳେ, ଯାନବାହନ ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଫଳରେ ସାଧାରଣ ଜୀବନଯାତ୍ରା କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଛି।ଅନ୍ୟପଟେ, କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

