ଖଜୁରୀପଡ଼ା,୧୦।୭(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଅରାପାଜୁ ଗ୍ରାମ ପଞ୍ଚାୟତ ର ବୁଢାରାକଡି ଗ୍ରାମ ସ୍ଥିତ ପୋଲ ଲଗାଣ ବର୍ଷା ଯୋଗୁଁ ଧୋଇ ହୋଇ ଯାଇଛି! ଫୁଲବାଣୀରେ ଅଢେଇ ଦିନରେ ୨୨୪ ମିଲିମିଟର ହୋଇଥିବା ବେଳେ ଖଜୁରୀପଡା ରେ ୨୭୬ ଏମ ଏମ ବୃଷ୍ଟିପାତ ରେକର୍ଡ ହୋଇଛି!ଫଳରେ ଖଜୁରୀପଡା ର ଛୋଟ ବଡ଼ ପୋଲ ଭାଙ୍ଗି ଯାଇଥିବା ବେଲେ ବୁଢାରାକାଡି ପୋଲୋ ସମ୍ପୂର୍ଣ ଧୋଇ ହୋଇଯାଇ ପୋଲା ହୋଇଯାଇଛି! ଏକ ବିପଦ ସଂକୁଳ ପରିସ୍ଥିତି ସୃଷ୍ଟି ହୋଇଛି ବାଇକ ଓ ସ୍କୁଟି କୁ ଛାଡି ଦେଲେ ବଡ଼ ଚାରିଚକିଆ ଜାନ ଯାତାୟାତ ଠପ ହୋଇଯାଇଛି! ଯାହା ଫଳରେ ଖଜୁରୀପଡା ଓ ଅରାପାଜୁ ଜିପି ମଧ୍ୟରେ ଯୋଗାଯୋଗ ଆଂଶିକ ବାଧାପ୍ରାପ୍ତ ହୋଇଛି ବୋଲି ବରିଷ୍ଠ ସାମ୍ବାଦିକ ଓ ନାଗରିକ ସୁନୀଲ ପଟ୍ଟନାୟକ ବିଶ୍ୱାଳ ପ୍ରକାଶ କରିଛନ୍ତି! ତୁରନ୍ତ ମରାମତି କରିବା ପାଈଁ ସଧାରଣ ରେ ଦାବୀ ହେଉଛି l

