ବୁଗୁଡା,୫/୪:(କୁମୁଦ ଚନ୍ଦ୍ର ବେହେରା) : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଟିଛୁଆଁ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ସଚେତନତା ରଥ ବାହାରି ବିଭିନ୍ନ କ୍ଲଷ୍ଟର ପରିକ୍ରମା କରିଥିବା ଜଣାଯାଇଛି ।ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃତିକୃଷ୍ଣ ପାତ୍ର ଉଦ୍ଘାଟନ କରିଥିବା ବେଳେ ଏଥିରେ ତହସିଲଦାର ତାପସ ରାଉତ, ବିଡିଓ ଚିନ୍ମୟ ମହାପାତ୍ର, ଏବିଇଓ ଅମିତା କୁମାରୀ ପାଢୀ ଓ କୃଷ୍ଣଚନ୍ଦ୍ର ବେହେରା , ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା, ଲକ୍ଷ୍ମୀ ପ୍ରୀୟା ବେହେରା,ଅଞ୍ଜଳି ପ୍ରଧାନ, ବୁଗୁଡା କ୍ଲଷ୍ଟର ସିଆରସିସି କିରଣ ବାଳା ତ୍ରିପାଠୀ ଓ ଗୋଳିଆ କ୍ଲଷ୍ଟର ସୁନିତା ପାଣିଗ୍ରାହୀଙ୍କ ସମେତ ଅନ୍ୟ ସିଆରସିସି,ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଥିଲେ। ଏହି ସଚେତନତା ରଥ ସହ ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଶୋଭାଯାତ୍ରାରେ ବାହାରି ବିଇଓ କାର୍ଯ୍ୟାଳୟ ସମେତ ବୁଗୁଡା ଏନଏସି ଭ୍ରମଣ କରିଥିବା ବେଳେ ପିପୁଲ୍ ହାଇସ୍କୁଲ ସମେତ ଅନ୍ୟ ବିଦ୍ୟାଳୟ ପକ୍ଷରୁ ସଚେତନତା ରଥକୁ ସ୍ଵାଗତ କରାଯାଇଥିଲା ।ପ୍ରଥମ ଦିବସରେ ଏହି ସଚେତନତା ରଥ ଏନଏସି କ୍ଲଷ୍ଟର ଏବଂ ଗୋଲିଆ କ୍ଲଷ୍ଟର ପରିକ୍ରମା କରିଥିଲା । ବେଳେ ସାତଦିନ ଧରି ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଏଗାରଟି କ୍ଲଷ୍ଟର ପରିକ୍ରମା କରିବ ବୋଲି ଜଣାପଡିଛି ।

