ଖଲିକୋଟ,୧୨/୦୬(ବାପୁନି ମାଲୁ):ନିର୍ମଳ ଝର ପଟରୁ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ମରମ ବୋଝେଇ ହାଇୱl ଭାରସାମ୍ୟ ହରାଇ ତହସିଲ୍ ଦାର୍ ଙ୍କ ସରକାରୀ ବାସଭବନ ପାଚେରୀ କୁ ଧକା ଦେଇଥିଲା l ଯାହା ଫଳରେ ବାସଭବନର ପାଚେରୀ ଭାଙ୍ଗିବା ସହିତ ଖଲ୍ଲିକୋଟ ରୁ ନିର୍ମଳଝର ୩୦ ନମ୍ବର ରାଜ୍ୟ ରାଜପଥ ର ଉଭୟ ପାର୍ଶ୍ଵରେ ବହୁସମୟ ଧରି ଗାଡି ଯାତାୟତ ବ୍ୟାହତ ହୋଇଥିଲା l ପରବର୍ତ୍ତୀ ସମୟରେ ଯେ ସି ବି ଆସି ମରମ ବୋଝେଇ ହାଇୱା କୁ ବାହାର କଲା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା l

