ପୁରୁଷୋତ୍ତମପୁର,୩/୫,(ଶୁଭଙ୍କର ଦାଶ):ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ତାରା ତାରିଣୀ ପୀଠ ଠାରେ ଗଞ୍ଜାମ ଜିଲ୍ଲା ରେଡ୍ଡୀ କୂଳ ମହାଜନ ସଙ୍ଘ ତରଫରୁ ଏକ କୋଠଘରର ଭିତ୍ତି ପ୍ରସ୍ତର ସ୍ଥାପନ ପାଈଁ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ତଥା ଯୋଜନ ବୋର୍ଡ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଛତ୍ର ପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ପିଙ୍କି ବେହେରା, ଓ ଛତ୍ର ପୁର ବ୍ଳକର ଭାଇସ ଚେୟାର ମେନ ଏସ ଶାରଦା ରେଡ଼ୀ, ଓ ଦୁଇ ବିଧାୟକ ଙ୍କ ସମର୍ଥକ ନେତା ମାନଙ୍କ ସହିତ ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ଓ ରେଡ଼ୀ କୂଳର ଆସ୍କା ସଭାପତି ରା଼ଙ୍କୁ ଭାଗିରଥି ରେଡ଼ୀ, ଏବଂ ସମ୍ପାଦକ କୋଟା ଗୁରୁମୂର୍ତ୍ତି ପ୍ରଧାନ(ରେଡ୍ଡୀ )ଙ୍କ ସହିତ ଆସ୍କା ଜୋନ ସାତ ଗୋଟି ତାଳୁକା ର ସଭାପତି ସମ୍ପାଦକ ମାନେ ଓ ବହୁ କୂଳର ସଦସ୍ୟ ମାନେ ଉପସ୍ଥିତିଥିଲେ | ତାରାତାରିଣୀ ଙ୍କ ପୀଠରେ ସବୁ କୁଳର ସଙ୍ଘ ଘର ରହିଥିଲା ବେଳେ ରେଡ୍ଡୀ କୂଳର ସଙ୍ଘ ଘର ନଥିଲା ଏଣୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ଦୁଇଟି ବ୍ଳକ ସହିତ ଛତ୍ର ପୁର ଗଞ୍ଜାମ ବ୍ଳକରେ ବହୁତ ରେଡ୍ଡୀ ସମ୍ପ୍ରଦାୟ ର ଲୋକ ମାନେ ରହିଥିବାରୁ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ଆର୍ଥିକ ଫଣ୍ଡରୁ ବ୍ଳକ ଜରିଆରେ 10 ଲକ୍ଷ ଲେଖାଏଁ ଦେବେବୋଲି କହିଥିଲେ କିନ୍ତୁ ପୂର୍ଣ୍ଣ ଚନ୍ଦ୍ର ସେଠୀ ଦଶ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଆଜି ଦେଇଥିଲା ବେଳେ ଛତ୍ର ପୁର ବିଧାୟକ କାର୍ଯ୍ୟ ଆରମ୍ଭ ପରେ ଦେବାକୁ ପ୍ରତିଶୃତି ଦେଇଛନ୍ତି | ଏହି ସଙ୍ଘ ଘର ଦ୍ଵାରା ଆସ୍କା ଜୋନ ର ସାତ ତାଲୁକାର 77 ଖଣ୍ଡ ଗ୍ରାମର ଲୋକମାନଙ୍କ ଭୋଜି ଭାତ, କୂଳ ବୈଠକ ସହ ବିଭିନ୍ନ ରେଡ୍ଡୀ ଲୋକଙ୍କ ବହୁତ ଉପକାର କାର୍ଯ୍ୟ ରେ ଏହିଘର ସହଯୋଗ ହେବ | ତେଣୁ ଦୁଇ ବିଧାୟକ ଙ୍କ ପାଖରେ ଏହି ରେଡ୍ଡୀ କୂଳସଙ୍ଘ ର କର୍ମକର୍ତ୍ତା ସଦସ୍ୟ ମାନେ ଚୀର ଋଣୀ ବୋଲି କହି ଛନ୍ତି | ତେବେ ଅତିଥି ମାନଙ୍କ ସହ ସାତ ଖଣ୍ଡ ତାଳୁକା ର ସଭାପତି ସମ୍ପାଦକ ମାନେ, 77 ଖଣ୍ଡ ଗ୍ରାମର ଗ୍ରାମ୍ୟ ସଭାପତି, ସମ୍ପାଦକ, ଓ ପରିଚାଳନା କମିଟି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ସାତ ଖଣ୍ଡ ତାଳୁକା ର ସଭାପତି ସମ୍ପାଦକ ମାନେ ହେଲେ ଆସ୍କାତାଳୁକା ର ସଭାପତି ବି ସାରଙ୍ଗ ଧର ରେଡ଼ୀ ଓସମ୍ପାଦକ ଆର ସାରଙ୍ଗ ଧର ରେଡ୍ଡୀ, ଆଠ ଗଡ଼ ତାଲୁକାର ସଭପତି ଏନ ଡମ୍ବୁରୁ ଧର ରେଡ଼ୀ, ଓସମ୍ପାଦକ କେ ସତ୍ୟ ନାରାୟଣ ରେଡ୍ଡୀ, ପୂର୍ବଖଣ୍ଡ ର ସଭାପତି କେ ଲୋକନାଥ ପ୍ରଧାନ (ରେଡ୍ଡୀ ) ଓ ସମ୍ପାଦକ ଜି ବିଜୟ ରେଡ୍ଡୀ , ଖଲ୍ଲିକୋଟ ର ସଭାପତି କେ ବିଜୟ ପ୍ରଧାନ, (ରେଡ୍ଡୀ ) ଓ ସମ୍ପାଦକ ଏ ଗୋପାଳ ରେଡ୍ଡୀ , ବିରୁଳି ର ସଭାପତି ଡି ନରହରି ରେଡ୍ଡୀ, ସମ୍ପାଦକ ଏ ଖଲି ରେଡ୍ଡୀ, ଗଞ୍ଜାମ ର ସଭାପତି ଡି ସାତ୍ତେୟା ରେଡ୍ଡୀ ଓ ସମ୍ପାଦକ ଏ ନରସିଂହ ରେଡ଼ୀ ପ୍ରମୁଖ ଉପସ୍ଥିତ ଥିଲେ |

