ବ୍ରହ୍ମପୁର,୨୨/୪:(ହିମାଂଶୁ ଶେଖର ସାବତ):ଚଳିତ ମାସ ୧୦ ତାରିଖ ଠାରୁ ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ୍ ଠାରେ ଆରମ୍ଭ ହୋଇଥିଲା ସି.ଏମ୍ କପ ୨୦୨୬ ଦ୍ଵିତୀୟ ସଂସ୍କରଣ। ଏହି ଟୁର୍ନାମେଣ୍ଟ ରେ ଫୂଟବଲ ସମେତ ଖୋ-ଖୋ, କବାଡି, ଏବଂ ଭଲିବଲ ଖେଳ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଓ କ୍ଲବ ଯୋଗଦେଇଥିଲେ। ଆଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କବାଡି ବାଳକ ବର୍ଗ ରେ ବିଜୟୀ ହାସଲ କରିଥିଲେ ଛତ୍ରପୁର ଓ ଧରାକୋଟ ଦଳ ଉପ- ବିଜେତା ହୋଇଛନ୍ତି, ବାଳିକା ବର୍ଗ ରେ ପୂରଷୋତ୍ତମପୁର ଦଳ ବିଜୟ ହୋଇଥିବା ବେଳେ ଉପ ବିଜେତା ସାମନ୍ତିଆପାଲି ବାଳିକା ଦଳ ହୋଇଛନ୍ତି। ଖୋ-ଖୋ ଖେଳ ବାଳକ ବର୍ଗ ରେ ହିଞ୍ଜିଳିକାଟୁ ଦଳ ଦିଜୟ ହୋଇଛନ୍ତି ଓ ସାନଖେମୁଣ୍ଡି ବାଳକ ଦଳ ଉପ ବିଜେତା ହୋଇଛନ୍ତି ଏବଂ ବାଳିକା ବର୍ଗ ରେ ଗ୍ରାମ ବିକାଶ ସ୍କୁଲ ଦଳ ବିଜୟୀ ହୋଇଛନ୍ତି ଓ ଚିକିଟି ଦଳ ଉପ ବିଜେତା ହୋଇଛନ୍ତି। ଭଲିବଲ ବାଳକ ବର୍ଗ ରେ ଅନଙ୍ଗପୁର ଦଳ ବିଜୟୀ ହୋଇଥିବା ବେଳେ ଓ. ଏ. ଭି. ସି୍ଧେଶ୍ୱର ଉପ ବିଜେତା ହୋଇଛନ୍ତି ଏବଂ ବାଳିକା ବର୍ଗ ରେ ଗ୍ରାମ ବିକାଶ କଙ୍କିଆ ବିଜେତା ଓ କୁକୁଡାଖଣ୍ଡି ଦଳ ଉପ ବିଜେତା ହୋଇଛନ୍ତି। ଫୂଟବଲ ବାଳିକା ଦଳ ମଧ୍ୟରେ ସେଣ୍ଟ ଜାଭିୟର୍ ହାଇସ୍କୁଲ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୁତ ହୋଇଛନ୍ତି। ଫୂଟବଲ ରେ ଫାଇନାଲ ମ୍ୟାଚ ଡ଼ି.ପି.ଏସ୍ ସ୍କୁଲ ବାଳକ ବର୍ଗ ଓ ବାରର୍କ ଗୋଲଡ଼ ଏଫ. ସି ମଧ୍ୟରେ ଖେଳା ଯାଇଥିଲା। । ବାରର୍କ ଗୋଲଡ଼ ଏଫ. ସି ୬-୦ ଗୋଲ ରେ ଟୁର୍ନାମେଣ୍ଟ ବିଜୟୀ ହାସଲ କରିଥିବା ବେଳେ ଡ଼ି.ପି.ଏସ୍ ସ୍କୁଲ ଉପ -ବିଜେତା ହୋଇଥିଲେ। ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଯୋଗ ଦେଇଥିଲେ ବ୍ରହ୍ମପୁର ବିଧାୟକ ଓ ସେଣ୍ଟ ଜାଭିୟର୍ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫେସର କାହ୍ନୁ ଚରଣ ପଣ୍ଡା ଏବଂ ଏଥି ସହ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସଦସ୍ୟ ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ, ଜି. ଏମ. ବାବୁ,ସୀତାରାମ ଵେବ୍ରତ, ପ୍ରମୋଦ ମହାରଣା, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ମ୍ୟାଚ କୁ ପରିଚାଳନା କରିଥିଲେ ରେଫ୍ରି ବିଚିତ୍ର ଜେନା ଓ ସହଯୋଗୀ ୱାଇ. ପୂର୍ଣ୍ଣ ଚନ୍ଦ୍ର ରାଓ, ପି. ରମେଶ, ଭିନସେଣ୍ଟ ଦାସ ଏବଂ ମ୍ୟାଚ କମିସନର ଭାବେ ସୁଜିତ କୁମାର ପାତ୍ର l

