କୋଦଳା,୨୭।୯(ବାପୁନି ମାଲୁ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପୁସ୍ତପୁର ଠାରେ ଚାଲିଥିବା ବହୁଚର୍ଚିତ ଗଣେଶ ମେଢ଼ ପ୍ରସାର ପାଇଁ ପୁସ୍ତପୁର ବଜରଙ୍ଗ ଦଳ ଏକ ନିଆରା ଏବଂ ଅଭିନବ ପ୍ରୟାସ କରିଛି l ବିଗତ କିଛିବର୍ଷ ଧରି ଶ୍ରୀ ଗଣେଶଙ୍କ ପୂଜାପର୍ବରେ ଏଠାରେ ହେଉଥିବା ଗଣେଶ ମେଢ଼ ଅଞ୍ଚଳରେ ଦିନକୁଦିନ ଲୋକପ୍ରିୟ ହେବାରେ ଲାଗିଛି l ଏହି ଲୋକପ୍ରିୟତା ବଜାୟ ରଖିବା ପାଇଁ ରବିବାର ଦିନ ବଜରଙ୍ଗ ଦଳ ବେଗୁନିଆପଡା ଲଷ୍ମୀ ଟକିଜ ରେ ଚାଲିଥିବା ସୁପରହିଟ ସିନେମା ଦଣ୍ଡକାଳୀ ଦେଖିବାକୁ ଆସି ଉଭୟ ଦଣ୍ଡକାଳୀ ସିନେମା ଏବଂ ଗଣେଶ ମେଢ଼ ସମ୍ପର୍କରେ ସକାରାତ୍ମକ ମତାମତ ଦେଇଥିଲେ l

