କଳାହାଣ୍ଡି,କୋକସରା,୨୭/୦୭(ରୁପେନ୍ଦ୍ର ସୁନାନୀ):ବାସ୍ତବରେ ଭଲ କଥା କହିବା ଠାରୁ ଯେଉଁ ବ୍ୟକ୍ତି ଭଲ କାମ କରନ୍ତି ସେ କେବେ ବି ଖରାପ ନୁହଁନ୍ତି।ସତରେ ସେ ମହାନ୍ ହୋଇଥାନ୍ତି। ଏହି ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସମାଜସେବା କୁ ନିଜ ଜୀବନରେ ଆପଣେଇ ଆଗକୁ ଆଗକୁ ବଢ଼ି ସାଉଁଟି ଚାଲିଛନ୍ତି ଅନେକ ପ୍ରଶଂସା। ଏମିତି ଜଣେ ଯୁବ ସମାଜସେବୀ ହେଉଛନ୍ତି କୋକସରା ବ୍ଲକ, ଗହନାମୁଣ୍ଡା ଗ୍ରାମର କାର୍ତ୍ତିକ ନାଗ। ସେ ନିଜ ପାଇଁ,ନିଜ ପରିବାର ପାଇଁ କିଛି କରିବା ସହ ବାହାରକୁ ପାଦ କାଢି ଅନ୍ୟକୁ କିଛି ସାହାଯ୍ୟ ସହଯୋଗର ହାତ ବଢ଼ାଇବାକୁ ପ୍ରୟାସ କରିଛନ୍ତି।ସେ ନିଜ ଉପାର୍ଜନରୁ କିଛି ଅର୍ଥରେ ଖାତା ଓ ପେନ୍ କିଣି ନିଜ ଗାଁ ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସେହି ଖାତା ଓ ପେନ୍ ବଣ୍ଟନ କରିଛନ୍ତି। ତତ୍ ସହିତ ଉକ୍ତ ବିଦ୍ୟାଳୟରେ ପାଠ ମଧ୍ଯ ଭଲ ଭାବରେ ପଢ଼ାଇବା ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିଛନ୍ତି।ସମାଜସେବୀ କାର୍ତ୍ତିକ ନାଗଙ୍କ ଏପରି ଏକ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି। ଆଜି କରାଯାଇଥିବା ଏହି ଖାତା ଓ ପେନ୍ ବଣ୍ଟନ କାର୍ଯ୍ୟକ୍ରମରେ ସମାଜସେବୀ କାର୍ତ୍ତିକ ନାଗ ସହ ମଣ୍ଟୁ ନାଗ, ବେଲାଲ ନାଗ, ମନୋଜ ନାଗ, ନରେଶ ନାଗ, ସମୀର ନାଗ, ଗୁଡୁ ଖମାରୀ, ମାଧବ ଖମାରୀ, ହାତୀ ଖମାରୀ ପ୍ରମୂଖ ସାମିଲ୍ ରହି ଖାତା ଓ ପେନ୍ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

