ରାୟଗଡ,୦୧/୦୫,(ଅମୂଲ୍ୟ ନିଶଙ୍କ):ପୌରପାଳିକା ତଥା ଉନ୍ନୟନ କର୍ତ୍ତୃପକ୍ଷମାନେ ସମ୍ବିଧାନର ମୌଳିକ ସିଦ୍ଧାନ୍ତ ଅନୁଯାୟୀ ନ୍ୟାୟସଙ୍ଗତ, ସ୍ୱଚ୍ଛ ଓ ଯୁକ୍ତିଯୁକ୍ତ ଭାବେ କାର୍ଯ୍ୟ ସମ୍ପାଦନ କରିବାର ବାଧ୍ୟବାଧକତା ରହିଛି। ଉନ୍ନୟନ କାର୍ଯ୍ୟ ନାମରେ ସେମାନେ କୌଣସି ବ୍ୟକ୍ତିଙ୍କ ସ୍ଥାପିତ ନାଗରିକ ଓ ଇଜମେଣ୍ଟ ଅଧିକାରକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ କିମ୍ବା ସାର୍ବଜନୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଭୂମିର ସ୍ୱରୂପକୁ ମନମୁଖୀ ଭାବରେ ପରିବର୍ତ୍ତିତ କରିପାରିବେ ନାହିଁ I ହେଲେ ଗୁଣପୁର ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ସହକାରୀ ଯନ୍ତ୍ରୀ ଙ୍କ ପକ୍ଷରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ଏବେ ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହୋଇଛିl ପୌରପାଳିକା ଅନ୍ତର୍ଗତ ନୀଳଚକ୍ର ନଗର ୱାର୍ଡ ନଂ ୧୮ ଠାରେ ପ୍ରସ୍ତାବିତ ଏକ ପ୍ରକଳ୍ପ ନିର୍ମାଣ କୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ଅଭିଯୋଗ ହୋଇଛି I ପୌରପାଳିକା ଦ୍ୱାରା ପତ୍ର ସଂଖ୍ୟା ୫୦୮, ତା ୨୯.୦୧.୨୦୨୬ ରେ ୪ ଲକ୍ଷ ୨୩ ହଜାର ମୂଲ୍ୟ ରେ ‘କମ୍ୟୁନିଟି ହଲ’ ସମ୍ପୂର୍ଣ ପାଈଁ ଟେଣ୍ଡର ଆହ୍ୱାନ କରାଯାଇଥିଲା I ତେବେ ପ୍ରସ୍ତାବିତ ପ୍ରକଳ୍ପ ଟି କୁ ପୌରପାଳିକାର ସମ୍ପୃକ୍ତ ୱାର୍ଡ ଠାରେ, ଘର ସଂଖ୍ୟା ୦୪୨ ଓ ୦୪୩ ମଧ୍ୟରେ ନିର୍ମାଣ କରାଯିବା ନେଇ ସ୍ଥାନ ଚିନ୍ହଟ କରାଯାଇଛି I ଯାହାକୁ ନେଇ ଏବେ ପୌରପାଳିକା ର ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି I ପ୍ରସ୍ତାବିତ ସ୍ଥାନ ଟି ୧୬ ଫୁଟ ବିଶିଷ୍ଟ ହୋଇଥିବା ସ୍ଥଳେ ଏହି ସ୍ଥାନ ଟି କୁ ସେଠାକାର ସାଧାରଣ ଜନତା ସାହି ରାସ୍ତା ଭାବେ ନାଳ କୁ ଯିବା ପାଈଁ ଦଶନ୍ଧି ଦଶନ୍ଧି ଧରି ବ୍ୟବହାର କରିଆସୁଛନ୍ତି I ଅତୀତରେ ଉକ୍ତ ସ୍ଥାନ ଟିକୁ ନକ୍ସା ରେ ରାସ୍ତା ଥିବା ଦର୍ଶାଇ ପ୍ଲଟ ମାଲିକ ରିଅଲ ଇଷ୍ଟେଟ କାରବାର କରିଥିଲେ I ପୂର୍ବରୁ ସମ୍ପୃକ୍ତ ଅଞ୍ଚଳ ଟି ଗ୍ରାମ ଶାସନ ଦ୍ୱାରା ପରିଚାଳିତ ହେଉଥିବା ବେଳେ ପ୍ଲଟ ର ପୂର୍ବ ମାଲିକ ରାଧାକୃଷ୍ଣ ବୈଦ୍ୟଭୁଷଣ ସମ୍ପୃକ୍ତ ପ୍ଲଟ ର ସମସ୍ତ ରାସ୍ତା ଗୁଡିକୁ ବିଦ୍ଧିବଦ୍ଧ ଭାବେ ଗ୍ରାମ ପଞ୍ଚାୟତ କୁ ହସ୍ତାନ୍ତର କରିଦେଇଥିବା କୁହାଯାଉଛି I ତେବେ ସାମୁହିକ ରାସ୍ତା ଭାବେ ଦୀର୍ଘ ବର୍ଷ ହେବ ବ୍ୟବହାର ହେଉଥିବା ସ୍ଥାନ ରେ ପୌରପାଳିକା ରାସ୍ତା ଅବରୋଧ କରି ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ନେଇ ଅସନ୍ତୋଷ ଦେଖାଦେଇଛି I ବିଶେଷ କରି ଘର ନଂ ୦୪୩ ତରଫରୁ ଏ ନେଇ ପୁନଃ ବିଚାର କରାଯିବା ପାଈଁ ପୌରନିର୍ବାହୀ ଅଧିକାରୀଙ୍କୁ ନିବେଦନ କରାଯାଇଥିବା ସୂଚନା ରହିଛି I ଏଠାରେ ଉଲ୍ଲେଖ ଥାଉକି ଯେକୌଣସି ପ୍ରକଳ୍ପ ନିର୍ମାଣ ପୂର୍ବରୁ ପ୍ରକଳ୍ପ ର ସମ୍ଭାଵ୍ୟତା ଅନୁଧ୍ୟାନ, ପ୍ରକଳ୍ପ ନିର୍ମାଣ ସ୍ଥାନ, ପ୍ରକଳ୍ପ ନିର୍ମାଣ ଦ୍ୱାରା କୌଣସି ବ୍ୟକ୍ତି ବିଶେଷ ଙ୍କ କ୍ଷୟ କ୍ଷତି, ଅଧିକାର କୁ ହାନି, ଆପତ୍ତି, ଅଭିଯୋଗ ଆଦି ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥାଏ I ଫିଯିବିଲିଟି ରିପୋର୍ଟ ସହ ସମ୍ପୃକ୍ତ ସ୍ଥାନ ର ଜିଓ ଟ୍ୟାଗିଂ ଆଦି ପରେ ଏହାର ବୈଷୟିକ ଆକଳନ ପ୍ରକ୍ରିୟା ସବୁ କରାଯିବା ନିୟମ ରହିଛି I ତେବେ ଏହି କ୍ଷେତ୍ରରେ ଗୁଣୁପୁର ପୌର କାର୍ଯ୍ୟାଳୟ ର ଅତିରିକ୍ତ ସହକାରୀ ଯନ୍ତ୍ରି ରାସ୍ତା ଉପରେ ପ୍ରକଳ୍ପ ନିର୍ମାଣ ପାଈଁ କିଭଳି ଲେ ଆଉଟ ତଥା ଅନୁମତି ଦେଲେ ତାହା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ନୀଳଚକ୍ରନଗର ପ୍ଲଟ୍ଗୁଡ଼ିକ ଲେଆଉଟ୍ ପ୍ଲାନ ରେ ସମ୍ପୃକ୍ତ ସ୍ଥାନ କୁ ୧୬ ଫୁଟ୍ ରାସ୍ତା ଭାବେ ଦର୍ଶାଯାଇଛି I ଯାହାପରେ ବିଭିନ୍ନ ବ୍ୟକ୍ତି ବିଶେଷ ଏହାକୁ କିଣି ବା ପାଈଁ ଆଗ୍ରହ ପ୍ରକାଶ କରିଥିଲେ I ତେଣୁ ଘର ସଂଖ୍ୟା ୦୪୩ ଙ୍କ ପକ୍ଷରେ ଭାରତୀୟ ଇଜମେଣ୍ଟ ଆକ୍ଟ ୧୮୮୨ ଅନୁଯାଇ ସେହି ରାସ୍ତା ବ୍ୟବହାର କରିବାର ଏକ ନିହିତ ଅଧିକାର ‘ଇଂପ୍ଲାଇଡ଼ ଇଜମେଣ୍ଟ ରାଇଟ୍ସ’ ରହିଛି I ସେହି ରାସ୍ତାକୁ ବନ୍ଦ କରିବା କିମ୍ବା ସେଥିରେ ନିର୍ମାଣ କରିବାକୁ ଅନୁମତି ଦେବା ଅଧିକାର ପୌରପାଳିକା କିମ୍ବା କୌଣସି ଅନୁଷ୍ଠାନ ର ନାହିଁ ବୋଲି ବରିଷ୍ଠ ଆଇନଜୀବୀ ରାମ ଚନ୍ଦ୍ର ମିଣିଆକା ପ୍ରକାଶ କରିଛନ୍ତି I ତେଵେ ନିଜ ମହକିଲଙ୍କ ଅଧିକାର କୁ କ୍ଷୁର୍ଣ କରୁଥିବା ହେତୁ ଡୁଡା ମୁଖ୍ୟ ନିର୍ବାହୀ ଅଧିକାରୀ,ଗୁଣୁପୁର ପୌର ନିର୍ବାହୀ ଅଧିକାରୀ ଏବଂ ଅତିରିକ୍ତ ସହକାରୀ ଯନ୍ତ୍ରୀ ଙ୍କୁ ନୋଟିସ ଜାରି କରାଯାଇଥିବା ନେଇ ଶ୍ରୀ ମିଣିଆକା ସ୍ପଷ୍ଟ କରିଛନ୍ତି I ତେଵେ ଏ ନେଇ ଗୁଣପୁର ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଏବଂ ଅତିରିକ୍ତ ସହକାରୀ ଯନ୍ତ୍ରୀ ଡ଼ି. ଯୁଧିଷ୍ଠିର ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଏଯାଏଁ ଯୋଗାଯୋଗ ହୋଇ ପାରିନାହିଁI ପ୍ରକଳ୍ପ ନିର୍ମାଣ ପାଈଁ ସମ୍ଭାଵ୍ୟତା ନଥିବା ସତ୍ୱେ ଅଧିକାରୀ ମାନେ ଏଭଳି ବେଆଇନ କାର୍ଯ୍ୟ କଳାପ ପାଈଁ କାହିଁକି ଏତେ ଆତୁର ତାହା ଏବେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଅଧିକାରୀ ମାନେ ବେଆଇନ କାର୍ଯ୍ୟକଳାପରୁ କ୍ଷାନ୍ତ ରହିବା ପାଈଁ ସାଧାରଣ ରେ ଦାବି ହେଉଛି I

