ସୋରଡ଼ା,୨/୫,(ସ୍ଵ.ପ୍ର):ଗଞ୍ଜାମ କାଳିଆଗୁଡ଼ା ଗ୍ରାମରେ ଦୁଃଖଦ ଘଟଣା ।ସୋରଡା ଥାନା ଲାଠିପଡ଼ା ଗାଁ ନିକଟରେ ଗଛକୁ ବାଇକ୍ ପିଟି ହୋଇ ଦୁଇ ମୃତ ।ମୃତକ ହେଲେ କାଳିଆଗୁଡା ଗ୍ରାମର ବସନ୍ତ ସ୍ୱାଇଁ,ସଞ୍ଜୀବ ବେହେରା । ସଞ୍ଜୀବ ବେହେରା ଯେକି ଆର୍ମି ରେ କାର୍ଯ୍ୟରତ ଥିଲେ ସେ ପଞ୍ଜାବ ର ଅମ୍ରିତସର ରେ ଆର୍ମୀର ଟେକ୍ନିକାଲ ଡିପାର୍ଟମେଣ୍ଟ ରେ କାମ କରୁଥିଲେ । ଗତ 5 ଦିନ ହେଲା ସେ ଛୁଟି ରେ ଘରକୁ ଆସିଥିଲେ । ଗତ କାଲି ସେ ସୋରଡ଼ା ଭୋଜି ଖାଇ ଫେରୁଥିବା ବେଳେ କୌଣସି ଅଜଣା ଗାଡ଼ି ପଛପଟୁ ଧକ୍କା ଦେବା ଯୋଗୁଁ ଭାରସ୍ୟାମ ହରାଇ ଗଛକୁ ପିଟି ହୋଇଯାଇଥିବା କହିଛନ୍ତି ଘରଲୋକ । ବର୍ତ୍ତମାନ ଭଞ୍ଜନଗର ରୁ ଶବ ବ୍ୟବଚ୍ଛେଦ ପରେ ନିଜ ଗ୍ରାମକୁ ଆସିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଯେହେତୁ ସଞ୍ଜୀବ ଆର୍ମି ରେ ଥିବା ହେତୁ ଗୋଲାବନ୍ଧ ରୁ ଏକ ଆର୍ମି ଟିମ୍ ଆସି ତାଙ୍କ ସେଶକୃତ୍ୟ ରେ ଯୋଗ ଦେବା ସହ ଗାର୍ଡ ଅଫ୍ ଅନର୍ ଦିଆ ଯିବ । ହେଲେ ଉଭୟ ପରିବାରର ରୋଜଗାର ପୁଅ କୁ ହରାଇ ଥିବାରୁ ପରିବାର ଭାଙ୍ଗି ପଡିଛନ୍ତି ।

