ବୁଗୁଡା:୨୪/୦୪:(କୁମୁଦ ଚନ୍ଦ୍ର ବେହେରା):ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ତେବେ ଏଥିରୁ ବାଦ ପଡିଛି ଅଙ୍ଗନବାଡି କେନ୍ଦ୍ର। ଏ ଅବସରରେ ବୁଗୁଡା ଅଞ୍ଚଳର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଛି। ଟାଣ ଖରାରେ ଘରୁ ବାହାରିବାକୁ ଲୋକଙ୍କ କୁଣ୍ଠାବୋଧ ଏବଂ ଛାତ୍ରୀଛାତ୍ର ସ୍କୁଲକୁ ଯାଉନଥିଲା ବେଳେ ଅଙ୍ଗନଓ୍ବାଡିର କୋମଳମତି ଶିଶୁମାନେ ସକାଳ ସାତଟାରୁ ଯାଇ ଦଶଟାରେ ଫେରୁଥିବାରୁ ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

