ପୁରୁଷୋତ୍ତମପୁର,୯/୫:(ଶୁଭଙ୍କରୀ ଦାଶ):ଦୀର୍ଘ ଦୁଇମାସ ହେଲା ପାଣି ସମସ୍ୟା ଲାଗି ରହିଛି ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ବଡ଼ ଖରିଡା ପଞ୍ଚାୟତ ର ବାଣ ନଈ ଗ୍ରାମରେ, ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେବାରୁ ସେମାନେ ଆଜି ବାଧ୍ୟ ହୋଇ ପୁରୁଷୋତ୍ତମପୁର, ଆସ୍କା ରାସ୍ତା କୁ ଅବରୋଧ କରି ରାସ୍ତା ଉପରେ ଗରା, ବାଲଟି ମାଠିଆ ଧରିବସିଥିଲେ | ସେମାନଙ୍କ କହିବ କଥା କି ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଏହି ବିଷୟରେ ଦାବି ଜଣାଇଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ଆଜି ଏହି ରାସ୍ତାକୁ ଆପଣେଇ ନେଲେ | ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ର ତାପ ସହିତ, ପାଣିର ଶଙ୍କଟ ଯୋଗୁଁ ଦୀର୍ଘ ଦୁଇମାସ ହେଲା ବାଣ ନଈ ଗ୍ରାମର ଜନ ସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ | ପାଣି ପାଈଁ ପୋଖରୀ ର ନେଳିଆ, ଅପରିଷ୍କାର ପାଣି ନେଇ ପିଉଛନ୍ତି | ଟିୟୁବଲ ଗୁଡିକରେ ଜଲସ୍ତର କମି ଯିବାରୁ ପାଣି ଆସୁନାହିଁ, ବାରମ୍ବାର ମାରିଲେ ଜଙ୍କ ପାଣି ଆସୁଛି | ଏହାଉପରେ ବହୁତ ଥର ପାନୀୟ ଜଳ- ଯୋଗାଣ ବିଭାଗ ଅଧିକାରୀ ଙ୍କୁ କହିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆଜି ସେମାନେ ରାସ୍ତା ରୋକ କରିବାକୁ ବାଧ୍ୟ ହେଲେ | ଯେହେତୁକି ଗ୍ରାମରେ ଦୁଇଟି ବୋର ୱେଲ ର ଅବସ୍ଥା ଖରାପ ହୋଈ ଯାଇଥିବାରୁ ସରପଞ୍ଚ ପ୍ରତିନିଧି ଯେଇଙ୍କୁ ଓ ବିଧାୟକ ଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରାଇ ଥିଲେ ବୋଲି କହିଛନ୍ତି | ତେବେ ବିଧାୟକ ମଧ୍ୟ ଏସି ସହିତ କଥାବାର୍ତା କରିଥିଲେ ବୋଲି ତାଙ୍କୁ ପଚାରିବାରୁ କହିଛନ୍ତି | କିନ୍ତୁ କିଛି ଅସୁବିଧା କାରଣ, ଓ ପ୍ରଯ୍ୟାପ୍ତ ପାଣିର ସନ୍ଧାନ ନିମନ୍ତେ ବ୍ୟସ୍ତତା ଯୋଗୁଁ ନୁଆଁ ବୋର ଖୋଳା ଯାଇ ପାରିନଥିଲା , ଯାହାଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଲା | କିନ୍ତୁଗ୍ରାମବାସୀ ଙ୍କ ଦାବି ମଧ୍ୟ ଯୁକ୍ତି ଯୁକ୍ତ ଅଟେ | ପାଣି ବିନା ଚଳିବା ବହୁତ କଷ୍ଟକର | ସେମାନଙ୍କୁ ବହୁ ଅସୁବିଧା ହେତୁ ସେମାନେ ରାସ୍ତା ରୋକ କଲେ | ରାସ୍ତା ରୋକ ଖବର ପାଇକବିସୂର୍ଯ୍ୟନଗର ଥାନାର ପ୍ରୋବେଶ ନାଲ ଆଇ ପିଏସ ଅଧିକାରୀ, ଆଇ ଆଇସି, ପୋଲିସ ଷ୍ଟାଫ ଙ୍କ ସହିତ ପୁରୁଷୋତ୍ତମପୁର ଥାନା ଅଧିକାରୀ କୁଲମଣୀ ସେଠୀ, ଏସ ଆଇ ସୁଶାନ୍ତ କୁମାର ମିଶ୍ର ଓଷ୍ଟାଫ ଏବଂ ଏସଡ଼ି ପିଓ ସୁଜିତ କୁମାର ନାୟକ, ତହସିଲଦାର ବିନୋଦ କୁମାର ବେହେରା, ଜନଶ୍ୱାସ୍ତ୍ୟ ବିଭାଗର ଏସ ଡ଼ିଓ ପ୍ରଦୀପ କୁମାର ତ୍ରିପାଠୀ,ଯେଇ ସଂଗ୍ରାମ କୁମାର ସ୍ୱାଇଁ, ସରପଞ୍ଚ ପ୍ରତିନିଧି ରମେଶ ଦଳେଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲେ ମଧ୍ୟ ଯେତେ ଦିନ ପର୍ଯ୍ୟନ୍ତ ଗ୍ରାମକୁ ପାଣି ଆସିବନି ସେତେଦିନ ପର୍ଯ୍ୟନ୍ତ ରାସ୍ତା ରୋକ ରହିବ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ ଓ ବିଧାୟକ ତ ଆମ ଗ୍ରାମକୁ ଗୋଟିଏ ଦିନ ମଧ୍ୟ ଆସି ନାହାନ୍ତି ବୋଲି କହିଥିଲେ |କେତେ ଦିନ ଆମେ ଏପରି ପାଣି ପିଇବୁ, ତେଣୁ ଏହାର ସମାଧାନ ହେଲେ ହି ଉଠିବୁ ବୋଲି କହିଛନ୍ତି | ତେବେ ସମସ୍ତ ଙ୍କ ଉପସ୍ଥିତିବିଭାଗୀୟ ଅଧିକାରୀ ଓ ବିଧାୟକ ଙ୍କ ନିର୍ଦେଶ ରେଏକ ଗାଡି ଆସି ବୋର ୱେଲଖୋଳି ବାକୁ ପ୍ରତିଶୃତି ଦେବାରୁ ଗ୍ରାମବାସୀ ମାନେ ରାସ୍ତା ରୋକ ରୁ ଉଠିଥିଲେ | ଯାହାଫଳରେ ସକାଳ ସାତ ଘଣ୍ଟରୁ 10 ଘଣ୍ଟ ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟ ରେ ବହୁତ ଗାଡିମୋଟର ଅଟକି ରହି ଥିବାରୁ ଯାତ୍ରୀ ଓ ଜନ ସାଧାରଣ ଗନ୍ତବ୍ୟ ସ୍ଥଳ ରେ ପହଞ୍ଚି ବାରେ ନାହିଁ ନଥିବା ଆସୁବିଧା ଭୋଗ କରିଥିଲେ | ପାଣି ଅସୁବିଧା ଉପରେ ଜନଶ୍ୱାସ୍ତ୍ୟ ବିଭାଗ ଏସଡ଼ିଓ ଙ୍କ କହିବା କଥା ଆଗରୁ ଯେଉଁ ତିନୋଟି ବୋର ହୋଇଛି ଜଳସ୍ତାର ହ୍ରାସ ଯୋଗୁଁ ପାଣିର ଅଭାବ ହେଉଛି |ଏବେ ଟେଙ୍କର ଯୋଗେ ପାଣି ଯୋଗାଣ ହେବ | ତାସହିତ ଲୋକେ ଡାଇରେକ୍ଟ ପାଇପ ଲାଇନ ରୁ ମୋଟର ଲଗାଇ ବେଆଇନ ଭାବେ ପାଣି ନେଉଥିବାରୁ ଏପରି ସମସ୍ୟା ଘଟୁଛି ବୋଲି କହିଥିଲେ |

