ପୁରୁଷୋତ୍ତମପୁର,୧୪।୮(ଶୁଭଙ୍କର ଦାସ):କ୍ରାନ୍ତି ଦିବସ ଅବସରରେ ତାରାତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୁଷୋତ୍ତମପୁର ପକ୍ଷରୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅରବିନ୍ଦ ଦାସଙ୍କ ନେତୃତ୍ୱରେ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇଥିଲେ। ତ୍ରିରଙ୍ଗା ଧରି ସମସ୍ତେ ସାହି ଓ ବସ୍ତି ପରିକ୍ରମା କରି ଲୋକଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ପହଞ୍ଚାଇଥିଲେ।ଏହି କାର୍ଯ୍ୟକ୍ରମରେ ଡ଼. ପ୍ରଦୀପ କୁମାର ସାହୁ, ଡ଼. ରମେଶ ସେନାପତି, ଡ଼. ସୁବ୍ରତ ଷଡ଼ଙ୍ଗୀ, ଡ଼. ଯଶବନ୍ତ ପାଣ, ଶ୍ରୀ ଦୀପକ ବେହେରା, ଶ୍ରୀ ଜଗଦୀଶ ରାଓ, ଶ୍ରୀ ହିମାଂଶୁ ପଣ୍ଡା, ଶ୍ରୀ ଦିଗମ୍ବର ପଣ୍ଡା, ଡ଼. ସ୍ୱାଗତିକା ଦାସ ଓ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ବହୁ ଶିକ୍ଷକ ଓ କର୍ମଚାରୀ ଯୋଗଦେଇଥିଲେ।NSS ୟୁନିଟ୍ର ପ୍ରୋଗ୍ରାମ ଅଫିସର ଡ଼. ପ୍ରଶାନ୍ତ ପଟ୍ଟନାୟକ ଏହି ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା, ସମନ୍ୱୟ ଓ ସମସ୍ତ କାର୍ଯ୍ୟର ବ୍ୟବସ୍ଥାପନା ଦାୟିତ୍ୱ ଦକ୍ଷତାର ସହ ତୁଲାଇଥିଲେ।‘ହର ଘର ତ୍ରିରଙ୍ଗା, ଘରେ ଘରେ ତ୍ରିରଙ୍ଗା’ ଧ୍ୱନିରେ ପୁରୁଷୋତ୍ତମପୁର ସହର ମୁଖରିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ଏହି ଦେଶପ୍ରେମମୟ ପଦଯାତ୍ରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଜାତୀୟ ଏକତାର ଭାବନା ସୃଷ୍ଟି କରିଥିଲା।କାର୍ଯ୍ୟକ୍ରମ ଶେଷରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ସ୍ମରଣ କରାଯାଇ ଦେଶର ଅଖଣ୍ଡତା, ଏକତା ଓ ସମ୍ମାନ ରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।

