ଚିକିଟି:୦୩/୦୫:(ନିଗମାନନ୍ଦ ପଣ୍ଡା):ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ ପାଇବାରେ ଚିକିଟି ବ୍ଲକ ବହୁ ପଛରେ ପଡ଼ିଯାଇଛି। ବ୍ଲକରେ ମୋଟ ୧୪୩୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ବେଳେ ମୋଟ ୧୪୧୪ ଜଣ ପାସ୍ କରିଥିବା ବେଳେ ୨୪ ଜଣ ଫେଲ୍ ହୋଇଛନ୍ତି। ସେହିପରି ବ୍ଲକର ଏକମାତ୍ର କୃଷ୍ଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କ୍ଷୀରମଣି ସେଠୀ ଏ ୱାନରେ ପାସ୍ କରିବା ସହ ବ୍ଲକ୍ ର ସମ୍ମାନ ରଖିଛନ୍ତି। ବ୍ଲକ୍ ର ମୋଟ ୨୨ ଟି ବିଦ୍ୟାଳୟରୁ ମୋଟ ୬ ଟି ବିଦ୍ୟାଳୟରୁ ଶତ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ ଅନ୍ୟ ବିଦ୍ୟାଳୟରେ କାହିଁକି ହୋଇପାରିଲା ନାହିଁ ନିଶ୍ଚିତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ପି ଏମ୍ ଶ୍ରୀ ଭଳି ବିଭିନ୍ନ ପ୍ରୋତ୍ସାହନ ଓ ଆନୁଷଙ୍ଗିକ ସୁବିଧା କରିବା ସହ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିଥିବା ବେଳେ କାହିଁକି ଜିଲ୍ଲାରେ ନୈରାଶ୍ୟ ଜନକ ହେଲା ତାହା ତଦନ୍ତସପକ୍ଷ। ବିଭିନ୍ନ ସଭାସମିତିରେ ବିଧାୟକ ମନୋରଞ୍ଜନ ଦ୍ୟାନ୍ ସାମନ୍ତରା ମାଟ୍ରିକ ପରୀକ୍ଷାରେ ରେଜଲ୍ଟ ଉପରେ ଆଲୋକପାତ କରିଥିଲେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭିନ୍ନ ସମୟରେ ପ୍ରଧାନଶିକ୍ଷକ ସମ୍ମିଳନୀ ଆୟୋଜନ କରାଇ ସଚେତନ କରିଥିବା ବେଳେ ଶିକ୍ଷା ଦାନରେ ଅବହେଳା ପାଇଁ ହିଁ ଏଭକି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଭାକଙ୍କଠାରୁ ଶୁଣିବାକୁ ମିଳୁଛି। ଏହାକୁ ଗୁରୁତର ସହ ନେଇ ତଦନ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

