ଚିକିଟି,୮।୧୦(ନିଗମାନନ୍ଦ ପଣ୍ଡା):ଶାସକ ଭାଜପାର ବିଜୟ ପାଇଁ ଦେଶର ନିର୍ବାଚନ କମିଶନଙ୍କ ଭୋଟ ଚୋରୀକୁ ବିରୋଧ କରି ତଥା ଅନ୍ୟାନ୍ୟ ଦାବି ନେଇ ବିରୋଧୀ ଦଳମାନଙ୍କ ଦ୍ଵାରା ଆହୂତ ଓଡିଶା ବନ୍ଦ ଆଜି ଚିକିଟି ରେ ଆଂଶିକ ସଫଳ ହୋଇଛି । ଆଜି ପୂର୍ବାହ୍ନରେ ବହୁସଂଖ୍ୟାରେ ଇଣ୍ଡିଆ ବ୍ଲକ ନେତୃତ୍ୱ ଏବଂ ସମର୍ଥିତ ଯୁବକ ଶତାଧିକ ବାଇକ ରାଲିରେ ଆସି ଧାନଘର ଛକ, ଚିକିଟି ଗଡ଼, ଚିକିଟି ପେଣ୍ଠ ପରିକ୍ରମା କରିବା ସହ ବିଭିନ୍ନ ସରକାରୀ ଅଫିସ ଆଗରେ ପିକେଟିଂ କରି ବନ୍ଦ କରାଇବା ସହ ଦୋକାନ, ବଜାର ବନ୍ଦ ପାଇଁ ଶାନ୍ତିପୂର୍ଣ ଭାବେ ଆହ୍ୱାନ ଦେଇଥିଲେ । ଭୋଟ ଚୋରୀରେ ସାମିଲ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରର୍ ଇସ୍ତଫା ପ୍ରଦାନ, ନିର୍ବାଚନ କମିଶନର ନିଯୁକ୍ତି ଆଇନରେ ସଂଶୋଧନ, SIR ପ୍ରକ୍ରିୟାକୁ ବାତିଲ କରିବା, ଏସଆଇଆରରେ ଭୋଟର ତାଲିକାରୁ ବାଦ ପଡିଯାଇଥିବା ଦେଶର ୧୩ କୋଟିରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ପୁନଃ ସାମିଲ କରାଇବା, ରାଜ୍ୟରେ ବିକାଶ ନାଁରେ ସବୁ ଖଣିକୁ ବଡ଼ ବଡ କମ୍ପାନୀ ହାତକୁ ଟେକିଦେବା ବନ୍ଦ କରିବା, ରାଜ୍ୟର ସ୍ୱାର୍ଥ ବିରୋଧୀ ତଥା ଆଦିବାସୀ ବିରୋଧୀ ଖଣି ଖଣିଜ ଆଇନ (MMDR Act-2026) କୁ ବାତିଲ କରିବା ଆଦି ଦାବି ନେଇ ଆଜି ‘ଓଡିଶା ବନ୍ଦ’ର ଡାକରା ଦିଆଯାଇଥିଲା । ଆଜିର ଏହି ବନ୍ଦ ପାଳନରେ । କଂଗ୍ରେସ, ଫରୱାର୍ଡ଼ ବ୍ଲକ,ସିପିଆଇ(ଏମ ) ର ମିଳିତ ନେତୃବୃନ୍ଦ ଯୋଗ ଦେଇଥିଲେ l ଆଜିର ଏହି ବନ୍ଦ ପାଳନ ରେ ଜିଲ୍ଲା ଉପସଭାପତି ସତ୍ୟନାରାୟଣ ପଣ୍ଡା କଂଗ୍ରେସ ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଦ୍ୟାନ ସାମନ୍ତରା,ଜ଼ିଲ୍ଲା ଉପ ସଭାପତି କ୍ଷମା ସାଗର ମହାରଣା,ପାତ୍ରପୁର ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ ପ୍ରଧାନ, ଚିକିଟି ବ୍ଲକ କଂଗ୍ରେସ ସଭାପତି ନିଗମାନନ୍ଦ ପଣ୍ଡା ମାରୁତି ଦ୍ୟାନ ସାମନ୍ତରା, ଦିଲେଶ୍ଵର ବେହେରା, ଶୀତେୟା ରେଡି, ଭୈରବ ପ୍ରସାଦ ପଣ୍ଡା, ସନ୍ତୋଷ ଦାଶ, ସୁନୀଲ ପଣ୍ଡା,ଫରୱାର୍ଡ଼ ବ୍ଲକ ଜ଼ିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢ଼ୀ, ଜ଼ିଲ୍ଲା କମିଟି ସଭ୍ୟ ବିଘ୍ନେଶ ପ୍ରଧାନ, ସିପିଆଇଏମ ରୁ ଚନ୍ଦନ ଶବର ,ସମ୍ଭବ ପଣ୍ଡା, ବାସୁ ସେଠି, ପଦ୍ମନ ସେଠି,ବନମାଳୀ ଶବର, ୧୦୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l

