ଚିକିଟୀ,୧୫/୪:(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ପ୍ରାୟ ୧୪ ମାସ ପରେ ୧୧ ତମ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି I ବ୍ଳକ ସମ୍ମିଳନୀ କକ୍ଷରେ ବୁଧବାର ବ୍ଲକ ଅଧ୍ୟକ୍ଷ ଆପାନା ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଆଜିର ସମିତି ବୈଠକରେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଉପାଧ୍ଯକ୍ଷ ବି ରେଣୁକାମ୍ମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ ମଞ୍ଚାସୀନ ଥିଲେ । ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଜାତୀୟ ସଙ୍ଗୀତଗାନ କରାଯାଇଥିଲା I ଗତ ଦିନେ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଆତ୍ମ ଶାନ୍ତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା I ଜିପିଓ ଗାବ୍ରିଏଲ ନାୟକ ପୁର୍ବ ବିବରଣୀ ପାଠ କରିଥିଲେ। ପରବର୍ତ୍ତି ସମୟରେ ବିଭିନ୍ନ ବିଭାଗର ଅଧିକାରୀ ବିଭାଗର କାର୍ଯ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । କେନୂଆଗାଁ ପଞ୍ଚାୟତର ପ୍ରାୟ ତିନିରୁ ଚାରୋଟି ଗ୍ରାମରେ ପିଇବା ପାଣି ସମସ୍ୟା ରହିଛି। ଗୋବିନ୍ଦନଗର ପଞ୍ଚାୟତରେ ଛଅ ଦିନ ଧରି ଲୋକେ ପାଣି ପାଉନାହାନ୍ତି I ତେଣୁ ତୁରନ୍ତ ଟେଙ୍କର ଦ୍ଵାରା ପିଇବା ପାଣି ବ୍ୟବସ୍ଥା କରିବା ପାଇଁ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ଦାବି କରିଛନ୍ତି। ଆଦର୍ଶ ବିଦ୍ୟାଳୟରେ ସୌଚାଳୟ ଅବ୍ୟବସ୍ଥା ଓ ପିଇବା ପାଣି ସମସ୍ୟା ଉପରେ ଦୃଷ୍ଟି ରଖିବା ପାଇଁ ଦାବି କରିବା ସହିତ ଚିକିଟୀ ବ୍ଲକ ସହକାରୀ ଯନ୍ତ୍ରୀ ଆସିବା ଦିନ ଠାରୁ କୌଣସି ପଞ୍ଚାୟତ ପରିଦର୍ଶନ କରୁନାହାନ୍ତି ବୋଲି ପିତାତଳି ସରପଞ୍ଚ ରାଙ୍ଗା ରେଡୀ ଅଭିଯୋଗ କରିଛନ୍ତି I ବିଡିଓ ବ୍ଳକରେ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ନେଇ ମଧ୍ୟ କିଛି ଜନପ୍ରତିନିଧି ଅଭିଯୋଗ ଆଣିଛନ୍ତି। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ପଲ୍ଲୀସଭା ଓ ପଞ୍ଚାୟତ ସମିତି ତରଫରୁ ଅନୁମୋଦିତ କରି ପଠାଇଥିବା ବହୁ ପ୍ରକଳ୍ପ ଆମୋଦନ ନକରି ଅନ୍ୟ ପ୍ରକଳ୍ପ ଗୁଡିକ ଅନୁମୋଦନ କରି ଥିବା ନେଇ ଗୋବିନ୍ଦପୁର ସରପଞ୍ଚ ଅଭିଯୋଗ ଆଣିଥିବା ବେଳେ ପୂର୍ବ ସରକାର ସମୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ମଧ୍ୟ ଏପରି ଘଟିଥିବା ନେଇ ଚାନ୍ଦପୁର ସମିତି ସଭ୍ୟ ଅଭିଯୋଗ କରିଥିଲେ ଏହାକୁ ନେଇ କିଛି ସମୟ ଚର୍ଚ୍ଚା ହୋଇଥିଲା I ଏଥି ସହିତ ଭତ୍ତା ପ୍ରଦାନ ବିଷୟରେ କିଛି ସମୟ ହୋହଲ୍ଲା ହୋଇଥିବା ବେଳେ ଏଥିରେ ବିଧାୟକ ହସ୍ତକ୍ଷେପ କରି କିଛି ଦିନ ଭିତରେ ଆବେଦନ କରିଥୁବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବା ବ୍ୟବସ୍ଥା ସରକାର ହାତକୁ ନେଇଛନ୍ତି ବୋଲି କହିଛନ୍ତି I ଉକ୍ତ ବୈଠକରେ ବ୍ଲକର ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ବିଦ୍ୟୁତ୍ ବିଭାଗ ବ୍ଲକ ସ୍ତରୀୟ ଅଧିକାରୀ ପହଞ୍ଚି ପଞ୍ଚାୟତ ସମିତି ବୈଠକରେ ୧୭ ଗୋଟି ପଞ୍ଚାୟତ ମାନଙ୍କରେ ଥିବା ବିଭିନ୍ନ ପ୍ରକାରର ସମସ୍ୟା ଓ ସମାଧାନର ପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ I ଚିକିଟି ବ୍ଲକରେ ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ରାସ୍ତା ପରି ବହୁ ମୁଖ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିବା ଦେଖୁବାକୁ ମିଳିଛି। ଏଥି ସହିତ ପ୍ରାୟ ୧୪ ମାସ ପରେ ଅନୁଷ୍ଠିତ ହୋଇଥିବା ସମିତି ବୈଠକରେ ଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ସହିତ ବହୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଏଡିଇଓଙ୍କ ଅନୁପସ୍ଥିତ ଥିଲେ । ଏହାକୁ ନେଇ ଅଧ୍ଯକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ସମିତି ବୈଠକ ଆରମ୍ଭର କିଛି ସମୟ ପରେ ସଟ୍ ସର୍କିଟ ଘଟି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥୁଲ I ଫଳରେ ପ୍ରାୟ ଦୁଇ ଘଣ୍ଟା ଧରି ଅନ୍ଧାରରେ ବୈଠକ ଜାରି ରହିଥୁଲା I ଶେଷରେ ସହକାରୀ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

