ଫୁଲବାଣୀ,୨୦।୦୯(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହର ର ଜଣା ଶୁଣା ବ୍ୟବସାୟୀ ଅର୍ଜ୍ଜୁନ ସେନାପତି ଙ୍କ ଶନିବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଂକୁ ୮୫ବର୍ଷ ହୋଇଥିଲା l ସ୍ବର୍ଗତ ସେନା ପତି ଜିଲ୍ଲା ଖଡୁରl ସଂଘ ସଭାପତି ଥିଲେ l ଏଥି ସହ ଜଣେ ମେଲାପି ପରୋପକାରୀ ବ୍ୟକ୍ତି ଥିଲେ l ତାଙ୍କ ମୃତ୍ୟୁ ରେ ବ୍ୟବସାୟୀ ମହଲ ରେ ଶୋକ ର ଛାୟା ଖେଳିଯାଇଛି l ତାଙ୍କୁ ସମ୍ମାନ ଜଣାଇ ମାର୍କେଟ ବନ୍ଦ ଥିଲା l ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ବାବୁଲା ସେନାପତି ଓ ରୋ ଟା ରୀ ଆନ କlବୁଲା ସେନା ପତି ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l ମରଶରୀର କୁ ଫୁଲବାଣୀ ଅଣାଯାଇଆଜି ଶେଷ କୃତ୍ୟ ସଂପନ୍ନ କରଯାଇଥିଲା l ବହୁ ବ୍ୟବସାୟୀ, ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ଆଇନଜୀବି, ସାମ୍ବାଦିକ ଅମଲା ପଡ଼ା ସ୍ଥିତ ବାସ ଭବନ କୁ ଯାଇ ଶେଷ ଦର୍ଶନ କରିଥିଲେ l ବ୍ୟବସାୟୀ ଅର୍ଜୁନ ସେନାପତି ଙ୍କ ମୃତ୍ୟୁ ରେ ବରିଷ୍ଠ ସାମ୍ୱାଦିକ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ,ଉପସଭାପତି ସୁଜିତ୍ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ବ୍ୟବସାୟୀ ଉମାଶଙ୍କର , ରୋଟାରୀ କ୍ଲବ ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ,ବ୍ୟବସାୟୀ ଅଶୋକ ପଟ୍ଟନାୟକ, ବଣିକ ସଂଘ ସଭାପତି ପୀ ସୁଧାଂଶୁ ସେନା ପତି, ନାରାୟଣୀ ଯାତ୍ରା କମିଟି ସମ୍ପାଦକତଥା ଆଇନଜୀବି ସଂଜିତ ପାତ୍ର,ରୋଟରିଆଁନ ବୀପ୍ର ଚରଣ ପାତ୍ର, ଓକିଲ ସଂଘ ସଭାପତି ଭଗ ବାନ ମହାନ୍ତି,ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି l

