ବ୍ରହ୍ମପୁର,୧୯।୭(ହିମାଂଶୁ ଶେଖର ସାବତ):ମିନାକ୍ଷୀ ନଗର ସ୍ଥିତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ , ଗାଇଡ ,ଏନସିସି ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ତରଫରୁ କନିଷୀ ନିକଟସ୍ଥ ନବ ଜୀଵନ ସେବାଶ୍ରମ ର ଅନ୍ତେବାସୀଙ୍କୁ ବସ୍ତ୍ର ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।ଛାତ୍ରଛାତ୍ରୀ ମାନେ ଆଶ୍ରମ ପରିସର ବୁଲି ଦେଖିବା ସହ ପରିବେଶର ସୁରକ୍ଷା ଓ ସ୍ୱାସ୍ଥ୍ୟ ର ଯତ୍ନ ନେଇ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ଆଶ୍ରମରେ ଏପରି ଗୋପାଳନ , ଶିକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥା ନେଇ ଖୁସି ଅନୁଭବ କରିଥିଲେ । ଆଶ୍ରମ ର ମୂଖ୍ୟ ପରିଚାଳକ ସୁଶାନ୍ତ ମହାରଣା ଏହି ଅବସରରେ ଉପସ୍ଥିତ ରହି ଆଶ୍ରମ ର ବିଭିନ୍ନ କାର୍ଯ୍ୟପନ୍ଥା ନେଇ ସୂଚନା ଦେଇଥିଲେ । ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ ,ଶିକ୍ଷକ ଅଭିଳାଶ ଶିକା , ଏନସିସି ଶିକ୍ଷକ ଦୀପକ, ସ୍ୱପ୍ନା ରାଣୀ ପ୍ରମୁଖ ଏହାର ନେତୃତ୍ଵ ନେଇଥିଲେ। ଛାତ୍ରଛାତ୍ରୀଙ୍କ ଏପରି ସେବା ମୂଳକ କାର୍ଯ୍ୟ ନେଇ ସ୍କୁଲର ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା , ଅଧକ୍ଷ କାହୁଁ ଚରଣ ପଣ୍ଡା ,ଉପାଧ୍ୟକ୍ଷ ପ୍ରକାଶ ପଲାଇ, ଅନୁପମା ପ୍ରଧାନ ସଭିଙ୍କୁ ସାଧୁବାଦ୍ ଜଣାଇଥିଲେ।ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହ ଯୋଗ କରିଥିଲେ ।

