ଫୁଲବାଣୀ,୦୨/୦୬,(ସୁନୀଲ ପଟ୍ଟନାୟକ):ସୋମବାର ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟର ସଦଭାବନା ଗୃହ ରେ ଜିଲାପାଳ ଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କରିଥିଲେ l ମୋଟ ୯୮ ଟି ମାମଲାର ଶୁଣାଣୀ କରିଥିଲେ ଜିଲ୍ଲାପାଳ ବେଦ ଭୂଷଣ l ସେଥି ମଧ୍ୟରେ ୮୨ ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୧୬ଟି ସାମୁହିକ ଅଭିଯୋଗ ଥିଲା l ବିଭିନ୍ନ ଭତ୍ତା, ଆୟୁଷ୍ମାନ ଯୋଜନା, ରାସ୍ତା ସମସ୍ୟl, ଆବାସ ଯୋଜନା ଆଦି ଅଭିଯୋଗ ର ଶୁଣାଣି କରିଥିଲେ l ସେହିପରି ୬ ଜଣ ଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ଓ ଜଣଙ୍କୁ ରେଡକ୍ରସ ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା l ଏହି ଜନ ଶୁଣାଣୀ ରେ ଏସପି ରମେନ୍ଦ୍ର ପ୍ରସାଦ, ଅତି ରିକ୍ତ ଜିଲ୍ଲା ପାଳ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଶମ୍ଭୁ ନାଥ ନନ୍ଦୀ, ପ୍ରବେଶନର ଆଇ ଏ ଏସ ୟସ କିରଣ ସିଂହ, ଉପ ଜିଲ୍ଲାପାଳ ଭିକାରୀ ସାହୂ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l

