ବ୍ରହ୍ମପୁର,୧୩/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଆୟୋଜିତ ସି. ଏମ କପ ୨୦୨୬ ଆଜି ଚତୁର୍ଥ ଦିନ ରେ ପହଂଚିଛି। ଫୂଟବଲ ଖେଳ ର ପ୍ରଥମ ମ୍ୟାଚ ସୋଡ଼ାକ ଟାଇଗର ଓ କ୍ଲୋରା ଫିଲ ସ୍କୁଲ ମଧ୍ୟରେ ଖେଳା ଯାଇଥିଲା ଏବଂ ସୋଡ଼ାକ ଟାଇଗର ବାଳକ ଦଳ ୩-୧ ଗୋଲ ରେ ବିଜୟୀ ହାସଲ କରିଛି। ଦ୍ଵିତୀୟ ମ୍ୟାଚ ସେଣ୍ଟ ଜାଭିଅର ହାଇ ସ୍କୁଲ ଓ ଡ଼ି.ପି.ଏସ ସ୍କୁଲ ଦଳ ମଧ୍ୟରେ ଖେଳା ଯାଇଥିଲା, ଡ଼ି.ପି.ଏସ ସ୍କୁଲ ୧୧ -୦ ଗୋଲ ରେ ବିଜୟ ହାସଲ କରିଛି । ଆଜି ପ୍ରଥମ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ଏନ୍. ଆଇ. ଏସ ବାସ୍କେଟ ବଲ ପ୍ରଶିକ୍ଷକ ଶ୍ରୀ କାଜଲ କୁମାର ସାହୁ ଏବଂ ଦ୍ଵିତୀୟ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ଏନ୍. ଆଇ. ଏସ ଫୂଟବଲ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏଥି ସହ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସଦସ୍ୟ ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ, ଜି. ଏମ. ବାବୁ,ସୀତାରାମ ଵେବ୍ରତ, ପ୍ରମୋଦ ମହାରଣା, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ମ୍ୟାଚ କୁ ପରିଚାଳନା କରିଥିଲେ ରଂଜିତ ପାତ୍ର, ରମେଶ ବେହେରା, ୱାୟୀ. ପୂର୍ଣ୍ଣ ଚନ୍ଦ୍ର ରାଓ,ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ରେଫ୍ରି ସୁଜିତ କୁମାରପାତ୍ର ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି l

