ଫୁଲବାଣୀ,୨୫।୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲା ସଦର ମହକୁମା ଡ଼ାକ୍ତରଖlନା ପରିସରରେ ଜିଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ରବିବାର ଡାକ୍ତର ଖlନା ପରିସର ରକ୍ତ ଭଣ୍ଡାର ଓସମ୍ମୁଖ ରାସ୍ତା ସଫେଇ କରିବା ସହ ଲୋକଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସଂପର୍କରେ ସଚେତନ କରାଇବା ସହ ଲିଫ ଲେଟ୍ସ ବଣ୍ଟନ କରଯାଇଥିଲା l ଏହି ଅବସରରେ ହସ୍ପିଟାଲ ସୂପରିଟେଣ୍ଡ ଣ୍ଟ ଡାକ୍ତର ଅକ୍ଷୟ କୁମାର ସାହୁ ସ୍ୱଚ୍ଛତା ରଖିବା ସଂପର୍କରେ ଶପଥ ପାଠ କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ, ରୋଟାରୀ କ୍ଲବ ଫୁଲବାଣୀ,ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଆପ ସଭାପତି ତଥା ସମାଜ ସେବୀ ଗିରିଶ ପଟ୍ଟନାୟକ ପ୍ରମୁଖ ଙ୍କ ସମେତ ଡ଼ାକ୍ତରଖାନା କର୍ମଚାରୀ ଉପସ୍ଥିତ ଥିଲେ l

