ଗଜପତି,୦୧/୦୬,(ଟିକି ଲିମା): ଜୀବନ ନେଲା ମୁକୁଳା BSNL ତାର l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ଥାନା କେ ଏମ ଭାଲିଆସାହି ମୁଖ୍ୟ ରାସ୍ତାରେ l ସୂଚନା ମୁତାବକ ଆର -ଉଦୟଗିରି ଥାନା ଅନ୍ତର୍ଗତ ଝାଡ଼ପଡା ଗ୍ରାମର ବିପ୍ର କାର୍ଜିଙ୍କ ସ୍ତ୍ରୀ ଇନ୍ଦିରା ବେହେରଦଳାଇ ଓ ସେହି ଗ୍ରାମରା ଅନେକ ମହିଳା ମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ବ୍ୟାଙ୍କ ଖାତା ନୂତନ ଭାବେ ଖୋଲିବା ପାଇଁ ଛେଳିଗଡ଼ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯାଉଥିଲେ l ଇନ୍ଦିରା ଅନ୍ୟ ଏକ ବାଇକ ଯୋଗେ ଆସୁଥିବା ସମୟରେ ରାସ୍ତାକଡ଼ରେ ମୁକୁଳା ଭାବେ ପଡ଼ିଥିବା BSNL ତାର କୌଣସି ଏକ କାରଣରୁ ରାସ୍ତାମଝିକୁ ଚାଲିଆସିଥିଲା l ସେହି ସମୟରେ ଇନ୍ଦିରା ବାଇକରେ ଯାଉଥିବା ବେଳେ ଇନ୍ଦିରାଙ୍କ ବେକକୁ ତାରଟି ଲାଗିଯାଇଥିଲା l ଫଳରେ ସେ ରାସ୍ତାରେ ପଡ଼ିଯିବା ସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା l ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଛେଳିଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇଥିଲେ l କିନ୍ତୁ ସେଠାରେ ଡାକ୍ତର ଲକ୍ଷ୍ମୀକାନ୍ତ ଚାନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ l ଆର, -ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l

