ଚିକିଟି,୫/୫,(ନିଗମାନନ୍ଦ ପଣ୍ଡା ): ବିରସିଂହ ଲକ୍ଷ୍ମୀନାରାୟଣ (ସନ୍ଧିଗାଁ)ସ୍ଥିତ ଜୟ ହରଚଣ୍ଡୀ ହାଇସ୍କୁଲ ର ୨୫-୨୬ ଶିକ୍ଷାବର୍ଷ ପାଇଁ ମେଟ୍ରିକ ପରୀକ୍ଷା ରେ ପାସ ହାର ଶତ ପ୍ରତିଶତ ହୋଇଛି l ମୋଟ ୩୮ ଛାତ୍ର /ଛାତ୍ରୀ ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ ଏ ୨-ଜଣେ,ଵି ୧-୬ ଜଣ,ଵି ୨-୬ ଜଣ,ସି ଗ୍ରେଡ଼ ରେ ୬ ଜଣ,ଡି ଗ୍ରେଡ଼ ରେ ୧୪ ଜଣ, ଇ ଗ୍ରେଡ଼ ରେ ୫ ଜଣ ଉତ୍ତୀର୍ଣ ହୋଇଛନ୍ତି l ବିଦ୍ୟାଳୟ ର ଛାତ୍ରୀ ପ୍ରିୟା ବେହେରା ସର୍ବୋଚ୍ଚ ୫୧୩ ନଂ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ବିଦ୍ୟାଳୟ ପ୍ରଧାନ ଶିକ୍ଷକ କେଦାରଶ୍ୱର ନେପାକ ସମେତ ସମସ୍ତ ଶିକ୍ଷକ କୃତି ବିଦ୍ୟlର୍ଥୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ସୂଚନା ଯୋଗ୍ୟ ଏହି କି ଚିକିଟି ବ୍ଲକ ରେ ମୋଟ ୨୨ ଗୋଟି ଉଚ୍ଚ ବିଦ୍ୟାଳୟ ରହିଛି l ସେଥିମଧ୍ୟରୁ ୬ ଗୋଟି ହାଇସ୍କୁଲ ର ଶତ ପ୍ରତିଶତ ମେଟ୍ରିକ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l

