ଚିକିଟି,୦୯।୧୦(ନିଗମାନନ୍ଦ ପଣ୍ଡା):ସୁରଳସ୍ଥିତ ମୁକ୍ତେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଝାଟିପଦର କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୯ଟି ବିଦ୍ୟାଳୟରୁ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ମନୋନୀତ ୪୦ ଜଣ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ସୁରଭି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟର ସିଆରସିସି ଏ. ଦମୟନ୍ତୀ ସଂଯୋଜନା କରିଥିଲେ। ଉତ୍ସବରେ ଚିକିଟି ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ଏବଂ ଏବିଇଓ ତ୍ରିନାଥ ମଲ୍ଲିକ ବକ୍ତା ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ସରପଞ୍ଚ ସସ୍ମିତା ସାହୁ, ଏସ୍ଏମ୍ସି ଅଧ୍ୟକ୍ଷ ସରୋଜ ନାୟକ, ସିଆରସିସି ଏ. ଦମୟନ୍ତୀ, ସୁଜିତ କୁମାର ପାଢ଼ୀ, ଧର୍ମରାଜ ବେହେରା ଓ ପ୍ରଧାନ ଶିକ୍ଷକ ରଶ୍ମିତା ଜାନି ମଞ୍ଚାସୀନ ଥିଲେ।ମୁଖ୍ୟ ଅତିଥି ବିଇଓ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସୁରଭି ଉତ୍ସବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଶିକ୍ଷକ ମନୋଜ କୁମାର ଗମାଙ୍ଗୋ ମଞ୍ଚ ପରିଚାଳନା କରିଥିଲେ।କ୍ଲଷ୍ଟରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଆୟୋଜକମାନଙ୍କ ସକ୍ରିୟ ସହଯୋଗରେ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

