ଫୁଲବାଣୀ,୧୪/୦୬( ସୁନୀଲ ପଟ୍ଟନାୟକ):ଏବେ ଟୋଲ ଆଦିବାସୀଙ୍କ ରୋଜଗାର ର ଏକ ପ୍ରମୁଖ ମାଧ୍ୟମ ପାଲଟିଛି l ଗତ ଦୁଇ ମାସ ତଳେ ଆଦିବାସୀ ମହିଳା ମାନେ ମହୁଲ ଫୁଲ ସଂଗ୍ରହ କରି ତାକୁ ଖରାରେ ଶୁଖାଇ ବଜାର ରେ ବିକ୍ରି କରି ବେଶ ଦୁଇ ପଇସା ଲାଭ ବାନ ହୋଇଥିଲେ l ଏବେ ମହୁଲ ଗଛର ଟୋଲ ସଂଗ୍ରହ କରୁଛନ୍ତି କନ୍ଧମାଳ ର ଆଦିବାସୀ ମାନେ l ପ୍ରତିଦିନ ଭୋ ର ରୁ ଜଙ୍ଗଲ କୁ ଯାଇ ଟୋଲ ସଂଗ୍ରହ କରି ଆଣୁଛନ୍ତି l ଏହାକୁ ବଜାର ରେ ବିକ୍ରି କରି ଭଲ ରୋଜଗାର କରିଥାନ୍ତି ମହିଳା ମାନେ l ମଞ୍ଜି ଶୁଖାଇ ସେଥିରୁ କିଛି ନିଜ ପାଇଁ ତେଲ ବାହାର କରି ବ୍ୟବହାର କରୁଛନ୍ତି l କଞ୍ଚା ଫଳ କୁ ରାଇ ଓ ଭଜା ଆଦି କରି ଖାଇଥାନ୍ତି ଲୋକେ l ପ୍ରାୟ ଦୁଇ ତିନି ମାସ ଧରି ଟୋଲ ସେମାନଙ୍କୁ ରୋଜଗାର ଦେଇଥାଏ l ଏଥିରୁ ବାହାରୁଥିବା ତେଲ ସାବୁନ, ଔଷଧ, ଆଉ ଗୋଖାଦ୍ୟପ୍ରସ୍ତୁତି ରେବ୍ୟବହାର କରାଯାଉଥିବା କୁହାଯାଉଛି l କଂଧମାଳ ଜିଲାର ଫୁଲବାଣୀ ସମେତ ସମଗ୍ର ବାର ଗୋଟି ବ୍ଲକ ଅଞ୍ଚଳ ରେ ଟୋଲ ସଂଗ୍ରହ କରୁଛନ୍ତି ମହିଳା ମାନେ l ତେବେ ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନଥିବା ଅଭିଯୋଗ ହେଉଛି l ବେପାରୀ ମାନେ କମ ମୂଲ୍ୟ ଦେବା ସହ ଓଜନ ରେ ମଧ୍ୟ ଠକି ନେଉଛନ୍ତି l ପ୍ରଶାସନ ପକ୍ଷରୁ ଉଚିତ ମୂଲ୍ୟ ରେ କ୍ରୟ କରିବା ବ୍ୟବସ୍ଥା କରାଗଲେ ଜିଲ୍ଳାର ହଜlର ହଜାର ଆଦିବାସୀ ମହିଳା ମାନେ ଉପକୃତ ହୋଈ ପlରନ୍ତେ l

