ଭୁବନେଶ୍ୱର,୧୮।୧୦(କିଶନ ଶର୍ମା):ଚଳିତ ମାସ ଗତ 11 ତାରିଖ ଭୁବନେଶ୍ୱରର ହୋଟେଲ ମେଫେୟାର ଠାରେ ନେସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ ତରଫରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ର ନୂଆପଡା ନିବାସୀ ସ୍ବର୍ଗତ ଶିବଶଙ୍କର ଦାସ ଓ ରୀତାଞ୍ଜଳି ଦାସଙ୍କ ଏକ ମାତ୍ର କନ୍ୟା ଡଃ ଅଭିଷିକ୍ତl ଦାସ ଙ୍କୁ ସମ୍ମାନ ଜନକ ଓଡିଶା ଗୌରବ ଜାତୀୟ ସନ୍ନମାନ 2026 ପ୍ରଦାନ କରାଯାଇଛି l ଶ୍ରୀମତୀ ଦାସ ଜଣେ ଦକ୍ଷ ଦାନ୍ତ ରୋଗ ବିଶେଷଜ୍ଞ ତଥା ସମାଜସେବି ମଧ୍ୟ ଜ଼ିଲ୍ଲାର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସମୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସବୁ ଆୟୋଜନ କରି ଲୋକଙ୍କ ସେବା କରିଆସୁଛନ୍ତି l ତାସହ ବିଭିନ୍ନ ସମୟରେ ଶୀତ ବସ୍ତ୍ର ବାଣ୍ଟିବ ଛତା ବାଣ୍ଟିବା ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପରି ଜନସେବା କାର୍ଯ୍ୟକ୍ରମ ସବୁ କରିଆସୁଛନ୍ତି l ଶ୍ରୀମତୀ ଦାସ ଏହି ସମ୍ମାନ ପାଇଲା ପରେ ଜ଼ିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି l ତାଙ୍କୁ ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷ ଶୁଭେଚ୍ଛା ବାର୍ତ୍ତା ଜଣାଉଛନ୍ତି l ତାଙ୍କ ସ୍ୱାମୀ ଅମିତ ମହାନ୍ତି ଭାଇ ଅଂଶୁମାନ ଦାସ ବିଶିଷ୍ଟ ସମାଜ ସେବି ଜୟନ୍ତ କୁମାର ବେହେରା, ସଂସ୍କୃତି ଗବେଷକ ଧ୍ୟାନlନନ୍ଦ ପଣ୍ଡା ଜାତୀୟ କଳାକାର ତରୁଣ ଦୁର୍ଗା କଳାହାଣ୍ଡି ଆର୍ଟ କଲେଜ ଅଧକ୍ଷ ଚିନ୍ତୁ ପ୍ରସାଦ ନାଏକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

