ଫୁଲବାଣୀ,୩୧/୦୭(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଖଜୁରୀପଡା ଡାକ୍ତର ଖାନାରେ ଏକ ଦୁଇ ବର୍ଷ ର ଶିଶୁ କୁ ଡାକ୍ତର ଜ୍ୱର ଔଷଧ ଦେବା ର କିଛି ସମୟ ପରେ ଶିଶୁର ମୃତ୍ୟୁ ହୋଇଛି ବୋଲି ଶିଶୁର ମା ସଂଗୀତା ସାହୁ ଅଭିଯୋଗ କରିଛନ୍ତି! ଆଜି ଦିନ ୧୨ ଟା ବେଳେ ଶିଶୁକୁ ଖଜୁରୀପଡା ଶିଶୁ ଡାକ୍ତର ଜ୍ୱର କମିବା ପାଈଁ ଔଷଧ ଦେଲେ! ଶିଶୁକୁ ଡାକ୍ତର ଆଡ଼ମିସନ ନ କରି ଘରକୁ ଯାଇ ଔଷଧ ଦେବ ବୋଲି କହିବାରୁ ଶିଶୁ ଟିକୁ ଘରକୁ ନେଇଗଲେ ସଂଗୀତା! ଜ୍ୱର ନ କମିବାରୁ ଶିଶୁ କୁ ପୁନର୍ବାର ଡାକ୍ତର ଖାନାକୁ ନେଇଥିଲେ! ଡାକ୍ତର ଖାନାରେ ଶିଶୁ ଡାକ୍ତର ନ ଥିଲେ! ଅନ୍ୟ ଦୁଇଜଣ ଡାକ୍ତର ସାଲାଇନ ଦେଇ oxygen ଲଗାଇ ଫୁଲବାଣ ବଡ଼ ଡାକ୍ତର ଖାନାକୁ ( ୨୨କିମି ଦୁରବର୍ତ୍ତୀ ) ଆଣିଥିଲେ! କିନ୍ତୁ ଫୁଲବାଣୀ ଡାକ୍ତର କହିଲେ ଶିଶୁ ଟି ର ବହୁ ବେଳୁ ମୃତ୍ୟୁ ଘଟିଛି! ତାପରେ ଡାକ୍ତର ଖାନ ରେ ଉତ୍ତେଜନା ପ୍ରକାଶ ପାଇଥିଲା! ଭୁଲ ଔଷଧ ଦେବାରୁ ଏବଂ ପିଲା ଗୁରୁତର ଥିବାବେଳେ ଡାକ୍ତର ନଥିଲେ! ଚିକିତ୍ସା ରେ ଅବହେଳା ଓ ଭୁଲ ଔଷଧ ଯୋଗୁଁ ପିଲାର ମୃତ୍ୟୁ ଘଟିଛି ବୋଲି ଶିଶୁର ଅଜା ସାହୁ ଓ ଶିଶୁର ମାଆ ସଂଗୀତା ସାହୁ ଅଭିଯୋଗ କରି ରାସ୍ତାରେ ଧାରଣାରେ ବସିଥିଲେ! ପୋଲିସ ଓ ପୂବ୍ଲିକ ବୁଝା ସୁଝା କରିବା ରୁ ମୃତ ଶିଶୁ କୁ ଧରି ଡାକ୍ତର ଖାନା ରେ ଧାରଣା ଦେଇଥିଲେ! ଶିଶୁ ମାନଙ୍କର ଚିକତ୍ସା ଭଲରେ କରୁ ନାହାନ୍ତି! ଦିନ ୧୨ ଟାରୁ ଡାକ୍ତର ଡାକ୍ତର ଖାନରୁ କୁଆଡେ ପଳାଇ ଯାଉଛନ୍ତି ବୋଲି ମୃତ ଶିଶୁର ମାଆ ସଂଗୀତା ଓ ଅଜା ସାହୁ ଅଭିଯୋଗ କରୁଛନ୍ତି! କନ୍ଧମାଳ ଜିଲ୍ଲାର ପେରିଫେରି ରେ ଥିବା ଡାକ୍ତର ଖାନାରେ ରୋଗୀଙ୍କୁ ବିଶେଷ ଅବହେଳା କରାଯାଉଛି! ଡାକ୍ତର ରହୁ ନାହାନ୍ତି! ମେଡିକାଲ କଲେଜ ହେବା ପରେ ମଧ୍ୟ ଛକିତ୍ସାରେ ଉନ୍ନତି ହେଉ ନାହିଁ! ସର୍ବଦା ମାସରେ ଡାକ୍ତର କଟକ ଓ ବ୍ରହ୍ମହପୁର କୁ ପଳାଉଥିବା ଅଭିଯୋଗ ହେଉଛି! ଡିନ କୁ ବି ଖାତାର କରୁ ନାହାନ୍ତି କେହି! ମୃତ ଶିଶୁର ମାଆ ଜିଲ୍ଲାପାଳ ପାଖରେ ଫେରାଦ ହେବି ବୋଲି କହୁ ଥିବା ଦେଖା ଯାଇଥିଲା!

