ପାତ୍ରପୁର,୨୧/୭(ଗୌରାଙ୍ଗ ପ୍ରଧାନ):ଜରଡ଼ା ଥାନା ଅନ୍ତର୍ଗତ ସୁନାଖଳା ଗ୍ରାମରେ ଗତକାଲି ରାତିରେ ତାଲା ଭାଙ୍ଗି ୩ଘରୁ ଚୋରୀ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ସୀମାଞ୍ଚଳ ପଣ୍ଡା, ଏ. କାନ୍ତାମ୍ମା ଓ କୋରାମଣି ପାତ୍ରଙ୍କ ଘରୁ ଚୋରୀ ହୋଇଥିବା ଜଣାପଡିଛି । ସୀମାଞ୍ଚଳ ଙ୍କ ଘରୁ ନଗଦ ୧ହଜାର ଟଙ୍କା ସହ କିଛି ଘରୋଇ ଉପକରଣ ଚୋରୀ ହୋଇଥିବା ବେଳେ ଏ. କାନ୍ତାମ୍ମାଙ୍କ ଘରୁ ୮0ହଜାରଟଙ୍କା ଚୋରି ହୋଇଥିବା ଜଣାପଡିଛି । ସେହିଭଳି କୋରାମଣି ପାତ୍ରଙ୍କ ଘରୁ ପ୍ରାୟ ୭୦ ହଜାର ଟଙ୍କାର ରୂପା ଚୋରୀ ହୋଇଥିବା ଜଣାପଡିଛି । ଗ୍ରାମବାସୀ ଘଟଣା ବିଷୟରେ ପ୍ରଥମେ ତିନି ପରିବାରକୁ ଜଣାଇବା ସହ ଜରଡ଼ା ଥାନା ପୁଲିସ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖିବା ସୁଦ୍ଧା ଥାନାରେ ଲିଖିତ ଅଭିଯୋଗ କରାଯାଇନଥିବା ଜଣାପଡିଛି ।

