ପୁରୁଷୋତ୍ତମପୁର,୦୧।୧୦(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିର ଅଙ୍ଗନୱାଡି କେନ୍ଦ୍ର ପରିସରରେ ତିନିଦିନିଆ ‘ଆଙ୍ଗନ କା ଉତ୍ସ ଉଦଯାପିତ ହୋଇଯାଇଛି। ବ୍ଳକ ଓ ଏନଏସିର ସେକ୍ଟର ସ୍ତରୀୟ ସୁପର ଭାଇଜର ମାନେ ସେମାନଙ୍କ ସେକ୍ଟର ର ଅଧିକାଂଶ ଅଙ୍ଗନ କେନ୍ଦ୍ର କୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କୁ ମୁଖ୍ୟ ଅତିଥି ଭାବେ ଡାକି ନିଅନ୍ତି | ଯେଉଁଠିକୁ ଅଧିକାରୀ ଣୀ ଯାଇନପାରନ୍ତି ସେଠାକୁ ନିଜେ ଅତିଥି ହୋଈ ଯାଇ କାର୍ଯ୍ୟକ୍ରମ ଶେଷ କରନ୍ତି | ତେବେ ଆୟୋଜିତ ଏହିତିନି ଦିନିଆ କାର୍ଯ୍ୟକ୍ରମରେ ଶିଶୁ, କିଶୋରୀ ବାଳିକା ଏବଂ ଅଭିଭାବକଙ୍କ ଭାଗୀଦାରି ବେଶ୍ ଆକର୍ଷଣୀୟ ହୋଇଥିଲା। ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବର ପ୍ରଥମ ଦିବସରେ ଅଙ୍ଗନ ୱାଡି କେନ୍ଦ୍ର ପରିସରକୁ ଆକର୍ଷଣୀୟ ଝୋଟି ଚିତାରେ ସଜ୍ଜିତ କରାଯାଇଥିଲା,ଏହି ଅବସର ରେ ପୁରୁଷ ଅଭିଭାବକମାନଙ୍କ ମଧ୍ୟରେ ଏକ ଅଭିନବ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ମାଣ୍ଡିଆ ପିଠା, ମାଣ୍ଡିଆ ଖୂରି ଭଳି ପାରମ୍ପରିକ ତଥା ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ କରାଯାଇ କୁନି କୁନି ଶିଶୁମାନଙ୍କୁ ପରିବେଷଣ କରାଯାଇ ଥିଲା | ଦ୍ଵିତୀୟ ଦିନରେ ଅଙ୍ଗନୱାଡ଼ି ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା|ଶେଷ ତଥା ତୃତୀୟ ଦିବସରେ ଶିଶୁ ଓ ଗର୍ଭବତୀଙ୍କ ଉତ୍ତମସ୍ବାସ୍ଥ୍ୟ ପାଇଁ ପୋଷଣର ଆବଶ୍ୟକତା ଉପରେ ଏକ ସଚେତନତାଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏହି ଉଦ୍ଯାପନୀ ସଭାରେ ପୁରୁଷୋତ୍ତମପୁର ସମନ୍ବିତ ଶିଶୁ ( ବିକାଶ ପ୍ରକଳ୍ପ ଅଧିକାରିଣୀ ଲଳିତା ମଲ୍ଲିକ ଓ ସମସ୍ତ ସୁପରଭାଇଜର ମାନେ ନିଜ ନିଜ କେନ୍ଦ୍ରରେ ଅତିଥି ରୂପେ ଯୋଗ ଦେଇ କୃତା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରିଥିଲୋ ପୁରୁଷ ଅଭିଭାବକଙ୍କ ରୋଷେଇ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ହାସଲକାରୀମାନେ ପୁରସ୍କୃତ ହୋଇଥିଲେ | ସେହିପରି ଶିଶୁମାନଙ୍କ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲ ଥିଲା । କାର୍ଯ୍ୟକ୍ରମରେ କିଶୋରୀ ବାଳିକାମାନେ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଉତ୍ତରୀୟ ତଥା ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିଥିଲେ। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ସ୍ବତନ୍ତ୍ର ‘ତ୍ରିରଙ୍ଗା ଖାଦ୍ୟ’ ପରିବେଷଣ କରାଯାଇଥିଲା। ଏହି ଏହି କାର୍ଯ୍ୟକ୍ରମରେ ସ୍ବୟଂ ସହାଯକ ଗୋଷ୍ଠୀର ସଦସ୍ୟା, ସୁଭଦ୍ରା ମା’, ମମତା ମା’ ଏବଂ କିଶୋରୀ ବାଳିକା ଉପସ୍ଥିତ ରହି ସହଯୋଗ କରିଥିଲେ।

