ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):କାଳ ବୈଶାଖୀ ବର୍ଷା ଓ ପବନ ରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସଦର ମହକୁମା ସମେତ ବ୍ଲକ ଅନ୍ତର୍ଗତ କେତେକ ପଂଚାୟତ କ୍ଷତି ଗ୍ରସ୍ତ ହୋଇଥିବା ଖବର ମିଳିଛି l ସଂଧ୍ୟାରେ ହଟlତ କଳା ହାଣ୍ଡିଆ ମେଘ ଆସି ପବନ, ବର୍ଷା,ବିଜୁଳି, ଘଡ ଘଡି ରେ ବ୍ୟାପକ କ୍ଷୟକ୍ଷତି ହୋଇଥଲା l ଗଛ ଉପୁଡ଼ି ପଡ଼ିବାସହ ବଡ ବଡ ଡାଳ ଭାଙ୍ଗି ପଡ଼ିବାଫଳରେ ରାସ୍ତା ଅବରୋଧ ହୋଇଥଲା l ସେହିପରି ଲୋକଙ୍କ ଘର ଦ୍ଵାର ଦୋକାନ ଘର ଉଡେଇ ନେଇଛି। କାଳ ବୈଶାଖୀ ର ତାଣ୍ଡବ ରେ ଅନେକ ଗରିବ ନିରୀହ ଆଦିବାସୀ ମାନଙ୍କ ଘର ଦ୍ଵାର ନାରଖାର ହୋଇଯାଇଛି।କାହାର ତ ଆଜବେଷ୍ଟ ତ କାହାର ଟିଣ ଦୂରକୁ ଉଡିଯାଇଛି। କାହାରତ ଘର ଉପରେ ଗଛ ପଡି କ୍ଷୟ କ୍ଷତି ହୋଇଛି। ଲୋକେଭୟରେ ରାତ୍ର ସାରା ଅନିଦ୍ରା ହୋଇ କିଏ କେଉଁଠି ଲୁଚିକି ରହିଥିଲେ। କେତେକ ଙ୍କ ଘରର କାନ୍ଥ ଭୁସୁଳି ଯାଇଛି।ଚାଉଳ, ଧନ, ଟଙ୍କା, ପଇସା, ଅସଵlବ ପତ୍ର ସବୁ ନଷ୍ଟ ହୋଇଯାଇଛି।କଣ ଖାଇବେ କେମିତି ରହିବେ ଚିନ୍ତାରେ ଅଛନ୍ତି । କାଳ ବୈଶାଖୀ ର ତାଣ୍ଡବ ରେ କ୍ଷୟ କ୍ଷତି ଘଟି ଥିବା ପରିବାର ଙ୍କୁ ପ୍ରଶାସନ ପକ୍ଷରୁ ଯଥା ଶିଘ୍ର ଚିହ୍ନଟ କରି ସେମାନଙ୍କୁ ସରକାରୀ ସହାୟତା ଯୋଗେଇଦେବାକୁ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନ ସେଠ୍ ଦାବି କରିଛନ୍ତି l

