ଫୁଲବାଣୀ,୧୧/୦୪ (ସୁନୀଲ ପଟ୍ଟନାୟକ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଦ୍ୱିତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପି ଏ ଆଇ ଟି ଡି ଏ ଗଦାଧର ପାତ୍ର ଓ ମୁଖ୍ୟ ନିର୍ବାହୀ ଅର୍ମାସ ଗୁଣ୍ଡିଚା ବେହେରା ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ ବୋଲି କହି ଉତ୍ତରୋତ୍ତର ଉନ୍ନତି କାମନା କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର , ଉପ ସଭାପତି ସୁଜିତ କୁମାର ବେହେରା ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଦସ୍ୟ ପ୍ରସନ୍ନ କୁମାର ସ୍ବାଇଁ, ମହମ୍ମଦ ଚିଷ୍ଟୀ, ସୋନ୍ତଶ କୁମାର ବେହେରା, ମୁଷ୍କlନ୍ ସୁଆର, ଅନିତା ପଟନାୟକ, ସୁଭ୍ରା ପଟନାୟକ, ରଞ୍ଜିତ ବେହେରା, ଶିବ ନାୟକ , ଖିତିସ୍ ମଲିକ ପ୍ରମୁଖ ସହଯୋଗ କରିଥିଲେ l ଏହି ମେଳା ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ହେବ l ନଟରାଜ କଳା ମନ୍ଦିର ର କଳାକାର ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରିଥିବା ବେଳେ ଫୁଲବାଣୀ ମେଡି କାଲକଲେଜ ସହକାରୀ ପ୍ରଫେସର ଡ଼ା ଚନ୍ଦନ ଗନ୍ତାୟତ ଙ୍କ ସୁମଧୁର ଗୀତ ରେ ଦର୍ଶକ ଝୁମିଥିଲେ lସାଂସ୍କୃତିକସହ ସମ୍ପାଦକ ମୁଷ୍କlନ୍ ସୁଆର ମଞ୍ଚ ପରିଚାଳନା କରିଥିଲେ l

