ବୁଗୁଡ଼ା,୨୩/୪:(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ମୁଖ୍ୟ ସଡ଼କ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନିଆ ଶିକ୍ଷାଦାନ ଶିକ୍ଷଣ ଉପକରଣ (ଟିଏଲଏମ) କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ବୁଗୁଡ଼ା ଏନଏସି କ୍ଲଷ୍ଟର ସ୍ତରୀୟ ଉକ୍ତ କର୍ମଶାଳା ବିଇଓ ତନ୍ମୟ ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ବେଳେ ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । କ୍ଲଷ୍ଟର ସିଆରସିସି କିରଣବାଳା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କର୍ମଶାଳା ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପଯୋଗୀ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରାଯାଇଥିଲା । ଏହି କର୍ମଶାଳାର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଏବିଇଓ ଅମିତା କୁମାରୀ ପାଢୀ ଯୋଗଦେଇ ପ୍ରସ୍ତୁତ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ଗୁଡିକର ବିନିଯୋଗ ସମ୍ପର୍କରେ ପରାମର୍ଶ ଦେଇଥିଲେ । କର୍ମଶାଳା ପରିଚାଳନାରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତି ସହଯୋଗ କରିଥିଲେ ।

