ଖଜୁରୀପଡ଼ା,୧୦।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡୀ ଉତ୍କଳମଣି ଯୁବକ ସଙ୍ଘ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ଉତ୍କଳ ମଣି ଯୁବକ ସଙ୍ଘ ସଭାପତି ସମୀର ପ୍ରସାଦ ଝାଙ୍କର ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଅବସର ରେ ଯୁବକ ସଙ୍ଘ ତରଫ ରୁ ସ୍ୱଚ୍ଛତା ଏବଂ ଜିଲ୍ଲା ସ୍ତରୀୟ ଟେରାନ୍ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ସକାଳ ୮ ରୁ ପଞ୍ଚାୟତ ର ପ୍ରତ୍ୟେକ ୱାର୍ଡ଼ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଉର୍ବଶୀ ଦିଗାଲ,ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ ଦିଗାଲ ଯୋଗଦେଇଥିଲେ ।ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବ୍ ଖଜୁରୀପଡ଼ା, ଦୂର୍ଗାଦେଵୀ ଯୁବକ ସଙ୍ଘ ପିଣ୍ଡାବାଡ଼ି, ସମସ୍ତ ଏସ୍.ଏଚ୍. ଜି ଗ୍ରୁପ୍ ସହଯୋଗ କରିଥିଲେ। ଏହାପରେ ମଧ୍ୟାହ୍ନ ୧୨ ଘଣ୍ଟିକା ସମୟରେ ଫୁଟବଲ୍ ଖେଳାଳୀ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଖେଳ କୁ ଶୁଭାରମ୍ଭ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ୬ଟି ଦଳକୁ ନେଇ ହୋଇଥିବା ପ୍ରତିଯୋଗିତାରେ ପାବୁରିଆ, ବୁଢ଼ାଦାନି, ଖଜୁରୀପଡା, ଉଦୟଗିରି, ଦୂତିମେଣ୍ଡୀ ଆଦି ଟିମ୍ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ରେ ବୁଢ଼ାଦାନି ଟିମ୍ ଚମ୍ପିଆନ୍ ହୋଇଥିବା ବେଳେ ଦୁତିମେଣ୍ଡି ଟିମ୍ ଉପବିଯେତା ହୋଇଥିଲେ। ଖେଳ ପରିଚାଳନା ମୂଖ୍ୟ ରେଫ୍ରି ସୁନୀଲ କୁମାର ବେହେରା ସାଥି , ନିଖିଳ କହଁର , ଶଶାଙ୍କ ପ୍ରଧାନ, ପପୁନ୍ ପ୍ରଧାନ, ମଧୁ ପ୍ରଧାନ କରିଥିଲେ। ଉଦ୍ ଯାପନୀ ସମାରୋହ ରେ ମୂଖ୍ୟ ଅତିଥି ଭାବେ ଖଜୁରୀପଡ଼ା ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କହଁର, ଏସି ମୋର୍ଚ୍ଚା ସଭାପତି ଶ୍ରୀ ବିଜୟ ସେଠୀ, ଓବିସି ମୋର୍ଚ୍ଚା ସଭାପତି ରୋହିତ ପ୍ରଧାନ , ଶିକ୍ଷକ ନବୀନ କହଁର ସଡମୁଠା ସଭାପତି ଭାଗିରଥୀ କହଁର, ପୂର୍ବତନ ସରପଞ୍ଚ ଲମ୍ବୋଦର ମାଝି, ବିଜୟ ଦେହୁରୀ, ଚତୁର୍ଭୁଜ ମଲ୍ଲିକ, ବିଜୟ ଦେହୁରୀ , ଅଜୟ କୁମାର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।କମିଟି ପକ୍ଷରୁ ପ୍ରତିଯୋଗିତା ରେ ଯୋଗ ଦେଇ ଥିବା ପ୍ରତ୍ୟକ ଟିମ୍ କୁ ସାନ୍ତନା ମୂଳକ ପୁରଷ୍କାର ଏବଂ ବିଜେତା ଓ ଉପବିଯେତା ଟିମ୍ କୁ ଟ୍ରଫି ସହ ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା। କର୍ଯ୍ୟକ୍ରମ ରେ ଉତ୍କଳମଣି ଯୁବକ ସଙ୍ଘ ର ଉପ ସଭାପତି ଶ୍ରୀ ବିରଞ୍ଚି ମୂଖୀ,ସଂପାଦକ ତାପସ ଦଣ୍ଡିଆ, ପୂର୍ବତନ ସଭାପତି ଶ୍ରୀ ଦେବରାଜ ମୂଖୀ, ଟୁକୁନା ଦେହୁରୀ, ସୁଜିତ୍ କୁମାର କହଁର, ବିରେନ୍ଦ୍ର କହଁର, ଗଜେନ୍ଦ୍ର ମୂଖୀ, ଅଭୟ ମଲ୍ଲିକ,ନିଳ ଲୋହିତ ମଲ୍ଲିକ ଏବଂ ବାବା ସୋମନାଥ ଯୁବକ ସଙ୍ଘ ସଂପାଦକ ମନୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ସହୋଜୋଗ କରିଥିଲେ।

