କଳାହାଣ୍ଡି,୧୭/୦୪:(ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା,ଧର୍ମଗଡ଼ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଦାପ୍ତା ସଂସ୍ଥା ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ ଓ ଶିଶୁ ସୁରକ୍ଷା ଦାୟିତ୍ୱ ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗେଶ୍ୱର ବୁଢ଼ିଆ ଜିଲ୍ଲା ସଂଯୋଜକ, DSWO କାର୍ଯ୍ୟାଳୟ,ଦିବ୍ୟରଞ୍ଜନ ଯୋଶୀ (ଏଡ୍ ଏଟ୍ ଆକ୍ସନ, ଭବାନୀପାଟଣା)ରଶ୍ମିତା ବେହେରା (RCDC)ସରସ୍ୱତୀ ମିଶ୍ର (ବୋର୍ଡ ସଦସ୍ୟ, DAPTA)ଅଞ୍ଜଳି ସିଂ (ମହିଳା ନେତ୍ରୀ) ପ୍ରମୁଖ ଯୋଗଦେଇଥିଲେ।କର୍ମଶାଳାରେ ମୁଖ୍ୟତଃ ଗ୍ରାମଗୁଡ଼ିକୁ କିପରି ବାଲ୍ୟ ବିବାହ ମୁକ୍ତ କରା ଯାଇପାରିବ ଏବଂ ଏଥିରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି (VLCPC) ର ଭୂମିକା କ’ଣ ରହିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ ବାଲ୍ୟ ବିବାହ ରୋକିବା ପାଇଁ ତୃଣମୂଳ ସ୍ତରରେ କଠୋର ପଦକ୍ଷେପ ନେବାକୁ ସମସ୍ତେ ସହମତି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ୩୩ଟି ଗ୍ରାମର ପ୍ରାୟ ୭୦ ଜଣ VLCPC ସଦସ୍ୟ ଅଂଶଗ୍ରହଣ କରିଥିଲେ। ବାଲ୍ୟ ବିବାହ ରୋକିବା ପାଇଁ ଆବଶ୍ୟକ ନିୟମାବଳୀକୁ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା।ସୁଜାତା ରାଣୀ ଦାସ ଓ ମହେନ୍ଦ୍ର କୁମାର ହଂସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପଲ୍ଲବୀ, ସଞ୍ଜୟ, କୁଲମଣି, ରାଜେନ୍ଦ୍ର, ଛବିରାମ ଗୋପାଳ ଓ ମମତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

