ଫୁଲବାଣୀ,୧୦/୦୪(ସୁନୀଲ ପଟ୍ଟନାୟକ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଦ୍ୱିତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳଅତିରିକ୍ତ ଜିଲ୍ଲା ପାଳ କୁଷଲ୍ ଚନ୍ଦ୍ର ନାୟକ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଓକିଲ ସଂଘ ସଭାପତି ତଥା ବାଣୀଜ୍ୟ ମେଳା ର ପରାମର୍ଶଦାତା ଭଗବାନ ମହାନ୍ତି, ଫୁଲବାଣୀ ସରକାରୀ ମେଡିକାଲ କଲେଜ ଡିନ ତଥା ସୁପରି ଟେଣ୍ଡ ଣ୍ଟ ଡାକ୍ତର ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ ବୋଲି କହି ଉତ୍ତରୋତ୍ତର ଉନ୍ନତି କାମନା କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର ଉପସ୍ଥିତ ଥିଲେ l ଉପସଭାପତି ସୁଜିତ ବେହେରା କମିଟି ସଦସ୍ୟ ପ୍ରସନ୍ନ କୁମାର ସ୍ବାଇଁ, ମହମ୍ମଦ ଚିଷ୍ଟୀ, ସୋନ୍ତଶ କୁମାର ବେହେରା, ମୁଷ୍କlନ୍ ସୁଆର, ଅନିତା ପଟନାୟକ, ସୁଭ୍ରା ପଟନାୟକ, ରଞ୍ଜିତ ବେହେରା, ଶିବ ନାୟକ , ଖିତିସ୍ ମଲିକ ପ୍ରମୁଖ ସହଯୋଗ କରିଥିଲେ l ଏହି ମେଳା ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ହେବ l ପ୍ଲେ ସ୍କୁଲ ଓ ଏସ କେ ମ୍ୟୁଜି କ ପକ୍ଷରୁ କଳାକାର ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ l ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l

