ଫୁଲବାଣୀ,୨୬/୦୫,(ସୁନୀଲ ପଟ୍ଟନାୟକ):ସରକାର ଦୁର୍ନୀତି କୁ କୌଣସି ପରିସ୍ଥିତିରେ ବରଦାସ୍ତ୍ କରାଯିବ ନାହିଁ ଓ ଦୁର୍ନିତୀ ଗସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, ଓ କନିଷ୍ଠା ଯନ୍ତ୍ରୀ ପ୍ରଫୁଲ୍ ବେହେରା ଲକ୍ଷ ଲକ୍ଷ ଟଙ୍କା ଦୁର୍ନିତୀ ଓ ଆତ୍ମସାତ ମାମଲାରେ ସିଧା ସଳଖ ସଂପୃକ୍ତ ଥିଲେ ମଧ୍ୟ ସେ ଦୁଇ ଦୁର୍ନୀତି ଗସ୍ତ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଏଯାଏଁ କାର୍ଯାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି l ଦୀର୍ଘ ଦିନ ଧରି ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇ ଆସୁଥିଲା l ତେବେ ଏ ନେଇ ବିଭିନ୍ନ ସ୍ତରରେ ଚାପ ପଡିବା ପରେ ଜିଲ୍ଲାପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ବ୍ଲକ ଅନ୍ତର୍ଗତ ତତ୍କାଳୀନ ପି ଇ ଓ ଧରାକୋଟ ସୂତନୟନ୍ ମହଂlକୁଡ ଓ ଏ ଡି ଓ କଂlଶି ରାମ ଦିଗlଲ କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ବେଳେ ସହକାରୀ ଯନ୍ତ୍ରୀ ପାତ୍ର ଓ କନିଷ୍ଠ ଯନ୍ତ୍ରୀ ବେହେରା ଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାର ଙ୍କୁ ସୁପାରିସ କରିଛନ୍ତି l ହେଲେ ସରକାର ଏଯାଏ ଏ ଦୁଇ ଦୁର୍ନିତୀ ଗସ୍ତ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ଏ ଦୁଇ ଯନ୍ତ୍ରୀ ବିନା ପି ସି ରେ କୌଣସି କାର୍ଯ୍ୟ କରୁ ନଥିଲେ l ପି ସି ନଦେଲେ ଗାଳି ଗୁଲଜ କୁଆଡ଼େ କରୁଥିଲେ l ସେହିପରି କାର୍ଯ୍ୟ ନକରି ମିଥ୍ୟା ବିଲ କରିବାରେ ସିଦ୍ଧ ହସ୍ତ୍ l ଏ ବ୍ଲକ ରୁ ପ୍ରାୟ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରିଦେଇଛନ୍ତି ଏମାନେ କୁଆଡ଼େ ବୋଲି ଠିକାଦାର ମାନେ କହୁଥିବା ଶୁଣିବାକୁ ମିଳୁଛି l ଏଣୁ ରାଜ୍ୟ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

