ଫୁଲବାଣୀ,୦୬/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଳାର ବିଭିନ୍ନ ଅଞ୍ଚଳ ରେ ଚୋରା ଦେଶୀ ବନ୍ଧୁକ କାରଖାନା ଥିବା ପୁର୍ବରୁ ଅଭିଯୋଗ ହୋଇଆସୁଥିଲା l ତେବେ ମଙ୍ଗଳ ବାର କୌଣସି ସୂତ୍ରରୁ ଖବର ପାଇ ତୁମୁଡିବନ୍ଧ ଥାନା ପୋଲିସ ଲାବଣ୍ୟ ନଗର ଗ୍ରାମ ରେ ଚାଲୁଥିବା ଏକ ଦେଶୀ ବନ୍ଧୁକ କାରଖାନା ଉପରେ ଚଢ଼ାଉ କରି ଜଣକୁ ଗିରଫ କରିଛି l ଦେଶିବନ୍ଧୁକ ତିଆରି କରି ଶିକାରୀ ଓ ଅସାମାଜିକ ବ୍ୟକ୍ତି ଙ୍କୁ ବିକ୍ରୀ କରଯାଉ ଥିବା ପୋଲିସ ସନ୍ଦେହ କରିଛି l ଗତ ୩/୪ଦିନ ତଳେ ତୁମୁଡିବନ୍ଧ ବନବିଭାଗ ରେଞ୍ଜ କର୍ମଚାରୀ ୪ଦେଶୀ ବନ୍ଧୁକ ଧରି ଶିର୍ଲା ଜଙ୍ଗଲ ରେ ଶିକାର ପାଇଁ ସଜବାଜ ହେଉଥିବା ୪ଶିକାରୀ ଙ୍କୁ ଗିରଫ କରି ଥିଲା l ସେହିପରି ଶନିବାର ଦିନ ବେଲଘର ଥାନା ଅଞ୍ଚଳ ସlପlରି ଗ୍ରାମର ତିନି ଜଣ ଶିକାରୀ ଶିକାର କରିବାକୁ ଯାଇ ଜଣେ ଶିକାରୀ ର ମୃତ୍ୟୁ ହୋଇଥିଲା l କେବଳ ସେତିକି ନୁହେଁ ତୁମୁଡିବନ୍ଧ ନିକଟ ମୁଣ୍ଡିଗଡ ନିକଟ ଲଦର ଗ୍ରାମ ଜଙ୍ଗଲ ରେ ଗାତ ଖୋଳି ପୋତାଯାଇ ଥିବା ୭ଟି ଚୋରା ବନ୍ଧୁକସହ ଅନେକ ଗୁଡ଼ିଏ ସାମଗ୍ରୀ ଜବତ କରିଛି l ସେହିପରି ତୁମୁଡିବନ୍ଧ ପୋଲିସ ୬୨/୨୬ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ଥାନା ଅଧିକାରୀ ସୁଭ୍ରଜିତ ସାମନ୍ତରାୟ କହିଛନ୍ତି l

