ବୁଗୁଡ଼ା,୨୫।୧୦:(ପୂର୍ଣ୍ଣଚନ୍ଦ୍ର ବାରିକ):ଆଜି ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ଦେଖିବାକୁ ମିଳିଛି। ଧରାପୃଷ୍ଠରେ ମା’ ଗଜଲକ୍ଷ୍ମୀଙ୍କ ଆବାହନ ସହ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ପାରମ୍ପରିକ ରୀତିନୀତି ଅନୁସାରେ କୁମାର ପୂର୍ଣ୍ଣିମା ଦିନ ଦେବୀ ଲକ୍ଷ୍ମୀଙ୍କୁ ଗଜଲକ୍ଷ୍ମୀ ରୂପରେ ପୂଜା କରାଯାଏ। ମା’ ଗଜଲକ୍ଷ୍ମୀ ଦୁଇଟି ହାତୀ ଓ ପଦ୍ମଫୁଲ ସହ ଶୋଭା ପାଇଥାନ୍ତି। ଗଜ ଅର୍ଥାତ୍ ହାତୀ ଯାହା ଶକ୍ତି ଓ ମାନମର୍ଯ୍ୟଦା ର ପ୍ରତୀକ, ତେଣୁ ଗଜଲକ୍ଷ୍ମୀ ହେଉଛନ୍ତି ସମ୍ପଦ, ସମୃଦ୍ଧି ଓ ସଫଳତାର ଦେବୀ,ଏହିଦିନକୁ ଧନ ଧାନ୍ୟ, ସମୃଦ୍ଧି ଓ ଶାନ୍ତିର ପ୍ରତୀକ ରୂପେ ପୂଜା କରାଯାଏ.। ଏହି ପର୍ବ ମାଧ୍ୟମରେ ଲୋକେ ନିଜ ପରିବାରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ବଣିକ ସଙ୍ଘ ପକ୍ଷରୁ ବହୁତ ଧୁମ ଧାମରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି.ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିବା ବେଳେ ମା’ଙ୍କ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗି ରହିଛି।ବିଶେଷକରି ସନ୍ଧ୍ୟା ସମୟରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଇଛି,ଏଥିରେ ପୁରୁଷୋତ୍ତମ ଦାସ ପୂଜକ ଭାବେ ଯୋଗଦେଇ ପୂଜାକାର୍ଯ୍ୟ କରିଥିବାବେଳେ କେଦାର ବାରିକ କର୍ତ୍ତା ଭାବେ ହୋମରେ ବସିଥିଲେ, ବଣିକ ସଙ୍ଘ ର ସଭାପତି ଶାନ୍ତନୁ ସେନାପତି , କୋଷାଧକ୍ଷ ମିଥୁନୁ ବାରିକ ଓ ସମସ୍ତ ସଭ୍ୟ ସହଯୋଗ କରିଥିଲେ,ଏଠାରେ ୧୭ ବର୍ଷ ଧରି ଏହିପୂଜା ହେଉଥିବାବେଳେ ଚଳିତ ବର୍ଷ ୮ ଦିନ ଧରି ପୂଜା ଚାଲିବ ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ନାମ ସଂକୀର୍ତନ ପରିବେଷଣ ହେବାସହ ଆସନ୍ତା ଗୁରୁବାର ଦିନ ଅନୁଷ୍ଠାନ ତରଫରୁ ଅର୍ଣ୍ଣକୁଟ ଆୟୋଜନ କରାଯିବ ଏଣୁ ସମସ୍ତ ଭକ୍ତ ଉପସ୍ଥିତ ରହି ମା ଗଜଲକ୍ଷ୍ମୀ ଙ୍କ ଆଶ୍ରିବାଦ ଲାଭ କରିବାସହ ପ୍ରସାଦ ସେବନ କରିବାକୁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି !

