ଚିକିଟି,୯।୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ଅଧୀନସ୍ଥ ଚିକିଟି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,ନୂଆପଡ଼ା ଠାରେ ନୂଆପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ନୂଆପଡ଼ା ଉଚ୍ଚ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜି ସଦାନନ୍ଦ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ରୂପେ ଚିକିଟି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବି ଆର୍ ସି ସି ତ୍ରିନାଥ ମଲ୍ଲିକ, ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ନାୟକ ସେଠୀ ଓ ମେଘନାଥ ବେହେରା ଓ ଉଚ୍ଚ ବିଦ୍ୟାଳୟ ନୂଆପଡ଼ାର ପରିଚାଳନା ସଭାପତି ଅଗାଡ଼ି ନାରାୟଣ ସମେତ କ୍ଲଷ୍ଟର ସି ଆର୍ ସି ସି କୁରେଶୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ଶିକ୍ଷାର୍ଥୀର ସହ ଶୈକ୍ଷିକ ଗୁଣାବଳୀର ବିକାଶ ପାଇଁ ସରକାରଙ୍କ ଏ କାର୍ଯ୍ୟକ୍ରମ ବାସ୍ତବରେ ମହତ୍ ବୋଲି ମତ ପୋଷଣ କରିଥିଲେ ଠିକ୍ ସେହିପରି ଶିକ୍ଷାର୍ଥୀ ମାନଙ୍କ ବୌଦ୍ଧିକ ସ୍ତର ବିକାଶ ଓ ସୃଜନ ଶକ୍ତିର ଅଭିବୃଦ୍ଧି ନିମନ୍ତେ ସୁରଭି ଅପରିହାର୍ଯ୍ୟ ବୋଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ଅଭିବ୍ୟକ୍ତି ରଖିଥିଲେ। ଏଥିରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀ ମାନେ ଆଗାମୀ ଦିନରେ ବ୍ଲକ୍ ସ୍ତରୀୟ ଶିଶୁ ସୁରଭିରେ ଭାଗ ନେବେ।ଏହି ସୁରଭି କାର୍ଯ୍ୟକ୍ରମ ଅବସରରେ ଶିକ୍ଷାବର୍ଷ ୨୦୨୩-୨୪ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଥିବା ଶିକ୍ଷକ ନରେନ୍ଦ୍ର ସାହୁଙ୍କୁ ଏବଂ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ କ୍ଲଷ୍ଟର ତଥା ବ୍ଲକ୍ ପାଇଁ ଗୌରବ ଆଣିଥିବା ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡଭାରର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମାଞ୍ଜଳି ଖାଡଙ୍ଗାଙ୍କୁ ଉପଢୌକନ ଦେଇ ସମ୍ମାନୀତ କରା ଯାଇଥିଲା।ଶିଶୁ ମାନଙ୍କ ପ୍ରତିଭା ବିକାଶ ନିମନ୍ତେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ନୂଆପଡ଼ା କ୍ଲଷ୍ଟର ଅନ୍ତର୍ଗତ ସାତୋଟି ବିଦ୍ୟାଳୟର ୧୬୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଉମାକାନ୍ତ ବେହେରା, ଉମାକାନ୍ତ ସାହୁ, ବିବେକାନନ୍ଦ ସେଠୀ, ନରେନ୍ଦ୍ର ସାହୁ, ସୁଶୀଳା ନାୟକ, ବିନୟ ବିଷୋୟୀ, ସ୍ଵପ୍ନରାଣୀ ପ୍ରଧାନ, ଶିବାନୀ ସାହୁ, ମୃତ୍ୟୁଞ୍ଜୟ ମିଶ୍ର, କୁମାରୀ ବେହେରା, ବସନ୍ତ କୁମାର ଜାନୀ, ଅରୁନ୍ଧତୀ ପଟ୍ଟନାୟକ, ରାଜେନ୍ଦ୍ର ସେଠୀ,ସନ୍ତୋଷ ବେହେରା, ବିଘ୍ନରାଜ ବେହେରା, ଶିବବ୍ରତ ପଣ୍ଡା, ତୁଷାର କାନ୍ତ ବେହେରା, ସୌଭାଗ୍ୟ ମଞ୍ଜରୀ ସିଂ, ଦେବସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲା ବେଳେ, କାର୍ଯ୍ୟକ୍ରମକୁ ସି ଆର୍ ସି ସି କୁରେଶୁ ସାହୁ ସଂଯୋଜନା କରିଥିଲେ ଏବଂ ବିନୟ ବିଷୋୟୀ ମଞ୍ଚ ପରିଚାଳନା ସହ ଶିକ୍ଷୟିତ୍ରୀ ଆନିସା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

