ଫୁଲବାଣୀ,୨୯/୦୪ (ସୁନୀଲ ପଟ୍ଟନାୟକ):ଫୁଲବାଣୀ ଜବlହାର ନବୋଦୟ ବିଦ୍ୟାଳୟ ର ଯୁକ୍ତ ୨ଛାତ୍ର ମୃତ୍ୟୁ ଘଟଣା କୁ ସପ୍ତାହେ ବିତିଲାଣି, ହେଲେ ଏ ଯାଏଁ ବିଦ୍ୟାଳୟ ର ଅଧକ୍ଷ, ସୂପରିଟେଣ୍ଡଣ୍ଟ ବିରୁଦ୍ଧରେ କୌଣସି ଆଖି ଦୃଷୀୟା କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦେଖିବlକୁ ମିଳିଛି l ପୁର୍ବରୁ ପରିବାର ଲୋକେ ଏ ନେଇ ଥାନା ରେ ଅଭିଯୋଗ କରିବା ସହ ଏସପି ଙ୍କୁ ଭେଟି କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ lସେହିପରି ସୋମବାର ସନ୍ଧ୍ୟାରେ ନବୋଦୟ ବିଦ୍ୟାଳୟ ର କିଛି ଛାତ୍ର ଛାତ୍ରୀ ଦୀର୍ଘ ୫କିମି ବାଟ ଚାଲି ଚାଲି ଆସି ଏସପି ହରିଶ୍ ବିଶି ଓ ଜିଲାପାଳ ବେଦ ଭୂଷଣ ଙ୍କୁ ଭେଟି ଛାତ୍ର ମୃତ୍ୟୁ ଘଟଣା ର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଥିବା ଅଭିଯୁକ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ l ମୃତ ଛାତ୍ର ଙ୍କୁ ବିଦ୍ୟାଳୟ କତୃପକ୍ଷ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ l ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଓ ଏସପି ପ୍ରତିଶ୍ରୁତି ଦେଇଥିଲେ l ତେବେ କାର୍ଯାନୁଷ୍ଠାନ କେବେ ହେବ ସେ ନେଇ ପ୍ରଶ୍ନ ଉଠିଛି l

