ରମ୍ଭା,୨୫।୯(ଶିବରାମ ଚୌଧୁରୀ):ନିର୍ଦ୍ଧାରିତ ସମୟ ଦିବା ଘ.୧୧.00ଣ୍ଟ ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରମ୍ଭା ଠାରେ ସମୁହ ବନ୍ଦେ ମାତରଂ ଗାନ କରି ନମାମି ଭାରତ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି I ଏଥିରେ ଶି.ବି.ସ ,ଓଡିଶା – ଦ.ପୂ. ସମ୍ଭାଗ ର ସଂଯୋଜକ ମାନନୀୟ ଶ୍ରୀଯୁକ୍ତ ବିଭୂତି ଭୂଷଣ ପାଇକରାୟ ଯୋଗଦାନ କରି ଭାରତ ଅସ୍ମିତା ର ବାର୍ତ୍ତା ଓ ବନ୍ଦେ ମାତରଂ ଗାନର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ଏମ୍. ନରସିଂହ ସୁବୁଦ୍ଧି, ସଂପାଦକ ଶ୍ରୀ ପ୍ରସନ୍ନ କୁମାର ମିଶ୍ର,କୋଷାଧ୍ୟକ୍ଷ ଶ୍ରୀ ଡି. ପଦ୍ମଲୋଚନ ଆଚାରୀ, ଉପଦେଷ୍ଟା ଶ୍ରୀ ଅମୂଲ୍ୟ କୁମାର ସେନାପତି ସମେତ ସମସ୍ତ ସଦସ୍ୟ ,ମାତୃ ଭାରତୀର ସମସ୍ତ ସଦସ୍ୟା, ବିଦ୍ଵତ୍ ପରିଷଦ ମଣ୍ଡଳୀ , ଅନେକ ଅଭିଭାବକ ଅଭିଭାବିକା, ସ୍ୱୟଂ ସେବକ ଏବଂ ଶୁଭେଚ୍ଛୁ- ଶ୍ରଦ୍ଧାଳୁମାନେ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ତଥା ଅନେକ ଶିଶୁ ଯୋଗଦାନ କରିଥିଲେ । ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମସ୍ତ ସେବାବ୍ରତୀ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସାକାର କରିଥିଲେ ।

