ଫୁଲବାଣୀ,୨୫/୦୯(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ରେ ଜନ ଜାତି ଜୀବିକା ମିଶନ ରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଏବେ ଛଟେଇ କରାଯାଉଛି l ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ପୁର୍ବରୁ କାର୍ଯ୍ୟରତ ପ୍ରକଳ୍ପ ପରିଚାଳକ ଓ ବିଷୟ ବସ୍ତୁ ବିଶେଷଜ୍ଞ ମାନଙ୍କୁ ଛଟେଇ କରାଯାଇଛି l ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୨ ବର୍ଷ ଧରି ନିଷ୍ଠା ଓ ଅନ୍ତରିକତା ର ସହ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିଆସିଥିବା ଏହି ଅସ୍ଥାୟୀ କର୍ମଚାରୀ ମାନେ ପୁନଃ ନିଯୁକ୍ତି ଦାବୀ କରିଛନ୍ତି l ରାଜ୍ୟର ୨୨ଟି ଆଇ ଟି ଡ଼ିଏ ରେ କାର୍ଯ୍ୟରତ ପ୍ରକଳ୍ପ ପରିଚାଳକ ଓ ବିଶେଷଜ୍ଞ ମାନଙ୍କୁ ପୂର୍ବ ଭଳି ପ୍ରକଳ୍ପ ନିର୍ଦେଶକ ଙ୍କ ମାଧ୍ୟମ ରେ ସିଧାସଳଖ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ମୂଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଓ ପ୍ରସlସନିକଅଧିକାରୀ ଙ୍କୁ ନିବେଦନ କରିଛନ୍ତି l ଦ୍ୱିତୀୟ ପର୍ଯ୍ୟାୟ ରେ ସ୍ବେଛାସେବୀ ସଂଗଠନ ମାଧ୍ୟମ ରେ ଚୟନ ପାଇଁ ବିଭାଗୀୟ ନିର୍ଦେଶ ଆସିଥିବାରୁ ଏହାକୁ ପୁନର୍ବିଚାର କରିବାକୁ ଦାବୀ ହୋଇଛି l ସେହିପରି ଜୁଲାଇ ରୁ ସେପ୍ଟେମ୍ବର ଯାଏ ବକେୟା ଦରମା ପ୍ରଦାନ କରି ବା ସହ ଚାକିରି ଅବ୍ୟାହତ ରଖିବା ପାଇଁବାଲିଗୁଡ଼ାଆଇ ଟି ଡି ଏ ର ସମିରନ୍ ନାୟକ, ରାଜେଶ୍ ପ୍ରଧାନ,ଫୁଲବାଣୀ ର ପି ମୂରଲୀ ମୋହନ ଓ ଅନ୍ୟମାନେ ଦାବୀ କରିଛନ୍ତି l

