ଫୁଲବାଣୀ :୨୧/୦୪(ସୁନୀଲ ପଟ୍ଟନାୟକ):ମଙ୍ଗଳବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରl ଜଜ୍ ତଥା ଏଫ୍ ଟି ଏସ ସି ବିଚାର ପତି କୈଳାସ ଚନ୍ଦ୍ର ସ୍ବାଇଁ ଦାରିଂବାଡ଼ି ଅଞ୍ଚଳ ର ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବାପି ପ୍ରଧାନ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଂକା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ୨ବର୍ଷ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ l ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ବାପି ପ୍ରଧାନ ଦାରିଂବାଡ଼ି ଅଞ୍ଚଳ ର ଜଣେ ନାବାଳିକା କୁ ଚପଲ କିଣିବା ବାହାନା ରେ ବଜାର ଯିବାକୁ କହି ଜଙ୍ଗଲ ଆଡକୁ ନେ଼ଇ ଦୁଷ୍କର୍ମ କରି ଥିବା ନେଇ ଘରେ କହିବା ପରେ ପରିବାର ଲୋକେ ଏ ନେଇ ଦାରିଂବାଡ଼ି ଥାନାରେ ଏତଲା ଦେଇଥିଲେ l ଦାରିଂବାଡ଼ି ପୋଲିସ ୨୧୫/୧୯/୧୦/୨୫ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ମଙ୍ଗଳ ବାର ଡାକ୍ତର ସମେତ ୧୬ଜଣ ସାକ୍ଷୀ ପ୍ରମାଣ କୂ ଭିତ୍ତି କରି ମାନ୍ୟବର ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି l ସେହିପରିପୀଡ଼ିତl ନାବାଳିକା କୁ ୫ଲକ୍ଷ ଟଂକା କ୍ଷତି ପୂରଣ ପାଇଁ ଡି ଏଲ ଏସ ଏ କୁ ନିର୍ଦେଶ ଦେଇଛନ୍ତି l ଏହି ମାମଲା କୁ ସ୍ୱତନ୍ତ୍ର ପି ପି ରାଜ କୁମାର ବେହେରା ପରିଚାଳନା କରୁଥିବା ବେଳେ ଦାରିଂବାଡ଼ି ଥାନା ର ଜୟନ୍ତ ସେଠୀ ତଦନ୍ତ କରୁଥିଲେ l

