ଜଟଣୀ,୭।୧୦(କେଦାର ନାଥ ସାହୁ):ଇଣ୍ଡିଆ ମେଣ୍ଟ ,ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜୀବ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏମ, ଏମ,ଡି,ଆର ଆଇନ ପ୍ରତ୍ୟାହାର ଦାବି,ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କ ଭୋଟ ଚୋରି ପ୍ରସଙ୍ଗକୁ ନେଇ ଇସ୍ତଫା ଦାବିରେ ମା ଡମୁଣେଇ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରା ବାହାରି ଜଟଣୀ ମୁଖ୍ୟ ରାସ୍ତା ଦେଇ ସୀତାରାମ ଛକ ଦେଇ ଗୋଲେଇ ମାକେଟରେ ଥିବା ହନୁମାନ ମନ୍ଦିର ଠାରେ ପହଞ୍ଚି ଥିଲା । ଆସନ୍ତା ଅକ୍ଟୋବର ୮ ତାରିଖ ଦିନ ଓଡ଼ିଶା ବନ୍ଦ କୁ ସାକାର କରିବା ପାଇଁ ଦୋକାନ ବଜାର,ସ୍କୁଲ କଲେଜ ସରକାରୀ ଅଫିସ,ଯାନବାହନ ,ସକାଳ ୬ ଘଟିକଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ପ୍ରିୟବ୍ରତ ସାମନ୍ତରାୟ,ପିସିସି ଉପସଭାପତି ବିଶ୍ୱ ରଞ୍ଜନ ମହାନ୍ତି,ପୂର୍ବତନ ଜିଲ୍ଲା ସଭାପତି ଜାନକୀ ପଟ୍ଟନାୟକ,ଜଟଣୀ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା,ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀନୀ ସୋନାଲି ସାହୁ, ଚିଲିକା ବିଧାୟକ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ,ପିସିସି ସାଧାରଣ ସମ୍ପାଦକ ରସିକ ପଟ୍ଟନାୟକ,ପିସିସି ସମ୍ପାଦକ ଅଶୋକ ମଙ୍ଗରାଜ,ସ୍ୱାଗତିକା ପଟ୍ଟନାୟକ,ଜିଲ୍ଲା କୋଷାଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ,ବେଣୁ ଭୋଇ,ସଦାଶିବ ମହାପାତ୍ର, ରଞ୍ଜିତ ମହାପାତ୍ର,ଅମିତ୍ ମହାନ୍ତି,ସଇଲେନ୍ଦୁ ଦାସ,ଶୁଭ୍ରାଂଶୁ ପଟ୍ଟନାୟକ,ପ୍ରତାପ ବେହେରା,ତାପସ ମିଶ୍ର,ସମସ୍ତ ଜିଲ୍ଲା ପଦାଧିକାରୀ ଗଣ, ସମେତ ବହୁ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ କୁ ଜଟଣୀ ନଗର ସଭାପତି ଶିବପ୍ରସାଦ ଦାସ ପରିଚାଳନା କରିଥିଲେ ।

