ଫୁଲବାଣୀ,୧୮।୦୯(ସୁନୀଲ ପଟ୍ଟନାୟକ):ମାଇ ଭାରତ କନ୍ଧମାଳ ଜିଲ୍ଲା ତରଫରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଯୁବ ସଂଯୋଗ କାର୍ଯକ୍ରମ କନ୍ଧମାଳ ନର୍ସିଂ କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଆରକ୍ଷୀ ଅଧକ୍ଷ(ଏସ ପି)ଶ୍ରୀଯୁକ୍ତ ରମେନ୍ଦ୍ର ପ୍ରସାଦ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସିର ଆର ପି ଏଫ୍ କମାଦେଣ୍ଟ ରାଜୀବ ଯାଦବ, କନ୍ଧମାଳ ନର୍ସିଂ କଲେଜ ଫୁଲବାଣୀ ର ମିତlଞ୍ଜଳୀ ରଥ, ନିବେଦିତା ପଟ୍ଟନାୟକ, ପ୍ରଜ୍ଞା ପରମିତା ଦାସ, କଳ୍ପନା ବିଶ୍ୱାଳ ଏବଂ ମାଇ ଭାରତ କନ୍ଧମାଳ ର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର ପ୍ରମୁଖ ଯୋଗ ଦେଇ ଥିଲେ l ଏହି କାର୍ଯ କ୍ରମ କୁ ଦୁଇ ସହ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ କ୍ରମ ର ମୁଖ ଉଦେଶ୍ୟ ନିଶା ଠୁ ଦୂରେଇ ରହି କିପରି ଦେଶ୍ ପାଇଁ ଭଲ ଆଇକନ୍ ହୋ ଇ ପାରିବ ମୂଖ୍ୟ ଆଲୋଚନା ର ବିଷୟ ବସ୍ତୁ ଥିଲା l ଉପସ୍ଥିତ ଅତିଥି ବୃନ୍ଦ୍ ଏହି ଉପରେ ନିଜର ଅଭିଭାସଣ ରଖି ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ସମସ୍ତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ବୈଠକ ରେ ମାଇ ଭାରତ କନ୍ଧମାଳ ର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିବା ସହ ଧନ୍ଯବାଦ ମଧ୍ୟ ଅର୍ପଣ କରିଥିଲେ l

