ଫୁଲବାଣୀ,୨୫/୦୭(ସୁନୀଲ ପଟନାୟକ):ଶନିବାର ମାଇ ଭାରତ କନ୍ଧମାଳ ତରଫରୁ ନିଶା ମୁକ୍ତ ଭାରତ ଗଠନ ରେ ଯୁବ ଶକ୍ତି ର ଭୂମିକା କାର୍ଯକ୍ରମ ବି ଇ ଡି କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ୍ ହୋଇ ଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ ପ୍ରବେଶନାଲ ଆଇ ଏ ଏସ ୟସ କିରଣ ସିଂ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷାବିତ ନବ କିଶୋର ରଥ , ବରିଷ୍ଠ ଆଇନଯିବି ବିଜୟ କୃଷ୍ଣ ପଟ୍ଟନାୟକ, ଆଇନ ଯିବି ମନୋଜ କୁମାର ପଟ୍ଟନlୟକ, ସିଟି କଲେଜ ର ଅଧକ୍ଷ କୃଷ୍ଣ ଚନ୍ଦ୍ର, ବି ଏ ଡ କଲେଜ ର ପୂର୍ବତନ ଅଧ୍ୟକ୍ଷ ମଧୁପ ସୁନା ଏବଂ ମାଇ ଭାରତ ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର,ସହକର୍ମୀ ସତ୍ୟବାନ ଦଳବେହେରା, ପ୍ରମୂଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯକ୍ରମକୁ ତିନି ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥଲେ l ଏହି କାର୍ଯ୍ୟକ୍ରମ ରେ ଲୋକ୍ ନୃତ୍ଯ, ଲୋକ ଗୀତ, ବକୃତା, ଚିତ୍ରାଙ୍କନ, ସ୍ଲୋଗାନ ରାଇଟିଙ୍ଗ, ପଥ ପ୍ରାନ୍ତ ନାଟକ, କବିତା , ରିଲ,ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା l ଉପସ୍ଥିତ ସମସ୍ତ ଅତିଥି ଏବଂ ଭାଇ ଓ ଭଉଣୀ ମାନେ ଦସ୍ତଖତ ଅଭିଯାନ ମଧ୍ୟ କରିଥଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ ଏବଂ ଶପଥ ପାଠ ମଧ୍ୟ କରା ଇ ଥିଲେ l ବିଭିନ ପ୍ରତିଯୋଗତା ରେ ଵିଜୟୀ ପ୍ରତିଯୋଗି ମାନଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବେ l ବୈଠକ ରେ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳ ବେହେରା ମୂଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ମନୋଜ୍ ପଟ୍ଟନl ୟ କ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ l

