ଭାରତକୁ ବିଶ୍ଵ ଗୁରୁ କରି ଗଢିବା ପାଇଁ ଶିକ୍ଷାଦାନରେ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ର ଆବସ୍ୟକତା ଅଛି।
ଖୋର୍ଦ୍ଧା-ଜଟଣୀ,୦୧/୦୬,(କେଦାର ନାଥ ସାହୁ):ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ର ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ ଭବନ ରେ ନୂତନ ଭାରତ ଗଠନ ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ପିପିଲି ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପିକା , ତଥା ବ୍ରହ୍ମାକୁମାରୀ ଡଃ ପ୍ରତିଭା ମହାରଥୀ ଯୋଗଦେଇ କହିଲେ, ଭାରତକୁ ବିଶ୍ଵ ଗୁରୁ କରି ଗଢିତୋଳିବା ପାଇଁ ଶିକ୍ଷାଦାନ ରେ ନୈତିକ ତଥା ଆଧ୍ୟାତ୍ମିକ ଶିକ୍ଷା ନିହାତି ଆବଶ୍ୟକ । ଯାହାକି ବ୍ରହ୍ମାକୁମାରୀ ଅନୁଷ୍ଠାନରେ ଆଜକୁ ୯୦ ବର୍ଷ ଧରି ୧୪୦ ଦେଶରେ ୧୨ ଲକ୍ଷ୍ୟ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଦୈନଦିନ ୯୫୦୦ ସେବା କେନ୍ଦ୍ରରେ ପ୍ରାପ୍ତ କରି ନିଜର ଚରିତ୍ର ଗଠନ ତଥା ଆଧ୍ୟାତ୍ମିକ ଉନ୍ନତି ଜାରି ରଖିଛନ୍ତି । ଏହି କାର୍ଯକ୍ରମରେ ଭୁବନେଶ୍ୱର ସବଜୋନ ର ମୁଖ୍ୟ ରାଜଯୋଗିନୀ ବ୍ରହ୍ମା କୁମାରୀ ଲିନା ଭଉଣୀ ଅଭିଭାଷଣ ରେ କହିଲେ ନିଜ ଜୀବନରେ କିପରି ଆଧ୍ୟାତ୍ମିକ ଉନ୍ନତି କରିପାରିବା ତଥା ପରମପିତା ପରମାତ୍ମାଙ୍କ ସାନିଧ୍ୟ ଲାଭ କରିପାରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ତଥା ବ୍ଲକ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର, ଶିକ୍ଷା ଓ ଆଧ୍ୟାତ୍ମିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କ ପାଇଁ ଆଶ୍ରମ ତରଫରୁ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାରୀ ମମତା ଭଉଣୀ ପରିଚାଳନା କରିଥିବାବେଳେ ସେବାକେନ୍ଦ୍ର ର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ସ୍ବାଗତ ଭାଷଣ ଦେଇଥିଲେ । ବ୍ରହ୍ମାକୁମାର ଅଶୋକ ଭାଇ , ଶ୍ରୀପତି ଭାଇ, ସରୋଜ ଭାଇ , ମଳୟ ଭାଇ ,ଗୌରୀ ଭାଇ ଓ ଭଉଣୀ ମାନେ ଏହି କାର୍ଯକ୍ରମକୁ ପରିଚାଳନା କରିଥଲେ।

