ବ୍ରହ୍ମପୁର:୧୨/୪:(ହିଂମାଶୁ ଶେଖର ସାବତ):ଗୋଲନ୍ଥରା ଥାନା ଅଧୀନ ପଞ୍ଚମା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ଏକାଦଶୀ ନାହାକ (୫୮), ପିତା- ସ୍ୱ. ସୁମା ନାହାକ, ଗ୍ରାମ- ପଞ୍ଚମା। ସେ ନିଜର ପାନ ଚାଷ ଜମିକୁ ଯାଉଥିବା ସମୟରେ ଅଜଣା ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।ଘଟଣା ସମ୍ବନ୍ଧରେ ସୂଚନା ପାଇ ଗୋଲନ୍ଥରା ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ। ବ୍ରହ୍ମପୁର ଏସ୍ପି, ସଦର ଏସ୍ଡିପିଓ, ଗୋଲନ୍ଥରା ଥାନା ଆଇଆଇସି ସହିତ ସାଇଣ୍ଟପିକ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଏହି ଘଟଣାରେ ଗୋଲନ୍ଥରା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି। ଆଇଆଇସି, ଗୋଲନ୍ଥରା ଥାନା ଏହି ମାମଲାର ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି।

