କୋଦଳା,୨୮।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ତାଲସର ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ସୁନୀଲ କୁମାର ସାମନ୍ତ , ତହସିଲଦାର ବିନ୍ଦୁ ବଳୟ ରାଉତରାୟ ,ସରପଞ୍ଚ ମୁଳୁନ୍ଦ ମାଧବ ସ୍ୱାଇଁ , ଏ ଇ ପ୍ରକାଶ ଚନ୍ଦ୍ର ଜେନା.ବି ଭି ଓ ଭବାନୀ ଶଙ୍କର ତ୍ରିପାଠୀ,ଏ ଡ଼ି ଓ ଗୌରାଙ୍ଗ ସ୍ୱାଇଁ,ପି ଓ ଅଜୟ ଦାସ ଯୋଗଦେଇ ଥିଲେ ବି ଡ଼ି ଓ ଅଭିଯୋଗ ଶୁଣାଣୀ ପାଇଁ ଚିଠି କଲେ ମଧ୍ୟ୍ୟ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ କେବେ ଯୋଗ ଦେଉନଥିବା ସାଧାରଣ ରେ ଅଭିଯୋଗ ହୋଇଥିଲା । ଏଥିରେ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସୁବାଶିଷ ପାତ୍ର ଜଳ ଓ ପରିମଳ ଯନ୍ତ୍ରୀ ମମତା ପଣ୍ଡା ଯୋଗାଣ ନିରୀକ୍ଷକ ବାଦଲ ବେହେରା , ବି ପି ସି ଚନ୍ଦ୍ର ଶେଖର ବେହେରା, ବି ଏଲ ସି ଦେବରାଜ ବେହେରା ଯୋଗ ଦେଇ ଥିଲେ । ମୋଟ 3 ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ପେନସେନ 2 ଟି ରାସନ କାର୍ଡ 1 ଟି ଅଭିଯୋଗ ହୋଇଥିଲା । ସବୁ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ବେଗୁନିଆପଡ଼ା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ସୁନୀଲ କୁମାର ସାମନ୍ତ ।

